କୋରାପୁଟ: ପାହାଡ଼ରୁ ପଥର ଖସି ୩ ଶ୍ରମିକ ମୃତ

ପଟାଙ୍ଗି : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଖଟୁଆ ନିକଟରେ ପାହାଡ଼ରୁ ପଥର ଖସିବାରୁ ୩ ଜଣ ଶ୍ରମିକ ମୃତ୍ୟୁବରଣ କରିଥିବା ଖବର ମିଳିଛି । ତେବେ ଏହି ଶ୍ରମିକମାନଙ୍କର ପରିଚୟ ସ୍ପଷ୍ଟ ହୋଇନାହିଁ । ଏହି ଦୁର୍ଘଟଣାରେ ଆହୁରି କିଛି ଶ୍ରମିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ଏହି ଅଞ୍ଚଳ ଦେଇ ଯାଇଥିବା ଏକ ରେଳ ଧାରଣା ଉପରେ ପାହାଡ଼ରୁ ପଥର ଖସିଥିଲା। ଫଳରେ ମାଲବାହୀ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଆଜି କିଛି ଶ୍ରମିକ ରେଳ ଧାରଣା ଉପରୁ ଧସି ପଡ଼ିଥିବା ମାଟି ଓ ପଥରକୁ ବାହାର କରୁଥିବାବେଳେ ପୁଣି ଥରେ ପାହାଡ଼ରୁ ପଥର ଖସିଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣ ମୃତ୍ୟୁବରଣ କରିଛନ୍ତି ଓ ଅନ୍ୟ କିଛି ଆହତ ହୋଇଛନ୍ତି । ଆହତ ଶ୍ରମିକମାନଙ୍କୁ ଆନ୍ଧ୍ରପ୍ରଦେଶକୁ ଚିକିତ୍ସା ପାଇଁ ନିଆଯାଇଛି। କାମ କରାଯିବା ବେଳେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ରେଳବାଇ ଗ୍ରହଣ କରି ନ ଥିବାରୁ ଏପରି ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

Comments
Loading...