ମୃତକଙ୍କ ଶବସତ୍କାର ପାଇଁ ଜମି ଦାନ

0

କୋଚି: କେରଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ବନ୍ୟାରେ ପ୍ରାଣହରାଇଥିବା ପଶୁପକ୍ଷୀଙ୍କ ସଂଖ୍ୟା ମଧ୍ୟ ଏଯାବତ୍‍ ଆକଳନ କରାଯାଇପାରି ନାହିଁ। ବନ୍ୟା ଜଳ ଏବେ ମଧ୍ୟ ବହୁ ସ୍ଥାନରେ ଜମି ରହିଥିବା ବେଳେ ନିଜ ପ୍ରିୟଜନଙ୍କ ମୃତଦେହ ପୋତିବା ନେଇ ଲୋକେ ସମସ୍ୟାରେ ପଡିଛନ୍ତି। ଏହି ସମସ୍ୟାର ସମାଧାନ ଦିଗରେ ସହାୟତାର ହାତ ବଢାଇଛନ୍ତି ନୂଆଦିଲ୍ଲୀ ନିବାସୀ ପାଦ୍ରୀ କୁରୁବିଲା କୁଲାଞ୍ଜିକୋମ୍ପିଲ ସାମୁଏଲ୍‍। କେରଳର ଆଡୁରଠାରେ ରହିଛି ତାଙ୍କ ନିଜସ୍ୱ ସମ୍ପତ୍ତି। ସେଥିରୁ ୨୫ ପ୍ରତିଶତ ଜମି ସେ ମୃତଦେହ ପୋତିବା ନିମନ୍ତେ ଦାନ କରିଛନ୍ତି। ସାମୁଏଲ୍‍ଙ୍କ ସମ୍ପର୍କୀୟ ଆଡୁରଠାରେ ବାସ କରନ୍ତି।

Leave A Reply