ଆଇଆର୍‍ସିଟିସି ମାମଲା: ଭିଡିଓ କନ୍‍ଫରେନ୍ସ ଦ୍ୱାରା କୋର୍ଟରେ ହାଜର ହେବେ ଲାଲୁ

0

ନୂଆଦିଲ୍ଲୀ : ଆଇଆର୍‍ସିଟିସି ମାମଲାରେ ଡିସେମ୍ବର ୨୦ରେ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ଆର୍‍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀର ଏକ କୋର୍ଟ ସୋମବାର ନିର୍ଦେଶ ଦେଇଛନ୍ତି। ଅସୁସ୍ଥତା କାରଣରୁ ଲାଲୁ କୋର୍ଟରେ ହାଜର ହୋଇପାରିବେ ନାହିଁ ବୋଲି ଦର୍ଶାଯିବା ପରେ ସ୍ୱତନ୍ତ୍ର ବିଚାରପତି ଅରୁଣ ଭରଦ୍ୱାଜ ତାଙ୍କୁ ଏହି ନିର୍ଦେଶ ଦେଇଛନ୍ତି। ଲାଲୁ ସମ୍ପ୍ରତି ରାଞ୍ଚିସ୍ଥିତ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରଖାନାରୁ ଅଥବା ଜେଲ୍‍ରୁ ଭିଡିଓ କନ୍‍ଫରେନ୍ସିଂ ଦ୍ୱାରା ଲାଲୁ ଯେଭଳି ହାଜର ହୋଇପାରିବେ ସେଥିନେଇ ଗୁରୁତ୍ୱଦେବାକୁ କୋର୍ଟ ପୂର୍ବରୁ ସିବିଆଇ ଏବଂ ଇଡିଙ୍କୁ ନିର୍ଦେଶ ଦେଇଥିଲେ। ଅନ୍ୟପଟେ ଲାଲୁଙ୍କ ପତ୍ନୀ ରାବ୍ରୀ ଦେବୀ ଏବଂ ପୁତ୍ର ତେଜସ୍ୱୀ ଯାଦବ ପ୍ରଭାବଶାଳୀ ହୋଇଥିବାରୁ ସେମାନଙ୍କୁ ମୁକ୍ତକରାଗଲେ ତଦନ୍ତ ପ୍ରଭାବିତ ହେବ ବୋଲି ଦର୍ଶାଇ ଇଡି ଏମାନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲା। ଆଇଆର୍‍ସିଟିସିର ଦୁଇଟି ହୋଟେଲ କଣ୍ଟ୍ରାକ୍ଟ ଏକ ଘରୋଇ କମ୍ପାନୀକୁ ପ୍ରଦାନ କରିବାରେ ଅନିୟମିତତା ନେଇ ଏହି ମାମଲା ରୁଜୁ ହୋଇଛି।

Leave A Reply