ତେଜପ୍ରତାପଙ୍କ ଚିନ୍ତାରେ ବିଗିଡିଲାଣି ଲାଲୁଙ୍କର ସ୍ୱାସ୍ଥ୍ୟାବସ୍ଥା

0

ପାଟଣା . – ଲାଲୁ ପ୍ରତାପ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ବିବାହର କିଛି ଦିନ ପରେ ନିଜ ପତ୍ନୀଙ୍କୁ ଛାଡ ପତ୍ର ଦେବାପାଇଁ ଆବେଦନ କରିଛନ୍ତି । ସେ  ଉତ୍ତର ମେରୁ ହୋଇଥିବାବେଳେ ତାଙ୍କ ପତ୍ନୀ ଐଶ୍ୱର୍ୟା ଦକ୍ଷିଣ ମେରୁ ବୋଲି ତେଜ ପ୍ରତାପ କହିଛନ୍ତି । କେବଳ ସେତିକି ନୁହେଁ ସେ ବିବାହ କରିବାକୁ ଚାହୁଁ ନ ଥିବା ବେଳେ ତାଙ୍କ ପରିବାର ଲୋକ ତାଙ୍କୁ ଜବରଦସ୍ତି ବିବାହ କରାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏପରି କି ପରିବାର ଲୋକ ତାଙ୍କୁ ସମର୍ଥନ  ନ କରି ତାଙ୍କ ପତ୍ନୀ ଐଶ୍ୱର୍ୟା  ସମର୍ଥନ କରୁଥିବା ତେଜ ପ୍ରତାପ କହିଛନ୍ତି ।

ଜେଲ୍‌ରେ ଥିବା ଲାଲୁ ପ୍ରସାଦଙ୍କୁ ତେଜ ପ୍ରତାପ ଭେଟିଥିଲେ । ତେଜ  ପ୍ରତାପ ଲାଲୁଙ୍କୁ ଭେଟିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି । କେବଳ ସେତିକି ନୁହେଁ ଏଥିଯୋଗୁଁ ତାଙ୍କ କିଡିନୀ ଉପରେ ପ୍ରଭାବ ପକାଇଲାଣି । ତେଜ ପ୍ରତାପଙ୍କୁ ନେଇ ପାରିବାରିକ କଳହ ହେଉଛି । ମଧୁମେହ ଯୋଗୁଁ ଲାଲୁଙ୍କ କିଡିନୀ ଖରାପ ହେଉଥିବା ବେଳେ ଚିନ୍ତା ପ୍ରଭାବରେ ଏହା ଆହୁରି ଖରାପ ହେଉଛି । ଲାଲୁଙ୍କର କିଡିନୀ ଏବେ ମାତ୍ର ୫୦ ପ୍ରତିଶତ କାମ କରୁଛି ।

ଲାଲୁଙ୍କ ଭେଟି ତେଜ ପ୍ରତାର ପତ୍ନୀଙ୍କୁ ଛାଡ ପତ୍ର ଦେବା ତାଙ୍କର ଦୃଢ ନିଷ୍ପତି ବୋଲି ଜଣାଇଛନ୍ତି । କେବଳ ସେତିକି ନୁହେଁ ଦେଢମାସ ଧରି ତାଙ୍କର ପତ୍ନୀଙ୍କ ସହ କଥାବାର୍ତ୍ତା ନଥିବା ବେଳେ ଏବେ ଐଶ୍ୱର୍ୟା ତାଙ୍କ ଘରକୁ ଆସୁଛନ୍ତି । ଏହା ଏକ ପ୍ରକାରର ଷଡଯନ୍ତ୍ର ବୋଲି ସେ କହିଛନ୍ତି ।

Leave A Reply