ପୁଅ ବାହାଘରକୁ ଆସିପାରିବେନି ଲାଲୁ

0

ପାଟନା : ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ବାହାଘର ଉତ୍ସବରେ ଯୋଗ ଦେଇପାରିବେ ନାହିଁ। ମେ ୧୨ରେ ତେଜ ପ୍ରତାପଙ୍କ ବାହାଘର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଏ୍ୟ÷ଶ୍ୱର୍ଯ୍ୟାଙ୍କ ସହିତ ଅନୁଷ୍ଠିତ ହେବ। ତେବେ ଗୋଖାଦ୍ୟ ଦୁର୍ନୀତିକୁ ନେଇ ଜେଲ୍‌ରେ ଥିବା ଲାଲୁ ପୁଅ ବାହାଘରରେ ଯୋଗଦେବାକୁ ଜାମିନ ଆବେଦନ କରିଥିବା ବେଳେ ଏହାକୁ ଅଦାଲତଙ୍କ ଅନୁମୋଦନ ମିଳିବା ବିଳମ୍ବିତ ହୋଇଛି। ମେ ୧୧ରେ ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କ ଜାମିନ ଆବେଦନର ଶୁଣାଣି କରିବାର ଅଛି। ମେ ୧୧ ବେଳକୁ ତେଜ ପ୍ରତାପଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଯାଇଥିବ। ତେଣୁ ଜାମିନ ଶୁଣାଣି ବିଳମ୍ବିତ ହେଲେ ଲାଲୁ ବିବାହ ଉତ୍ସବରେ ଯୋଗଦେବା ଅସମ୍ଭବ ହୋଇପଡିବ।

Leave A Reply