ଲାଲୁ ପୁନର୍ବାର ଆରଜେଡି ସଭାପତି ନିର୍ବାଚିତ

ପାଟନା : ଲାଲୁ ପ୍ରସାଦ ଯାଦବ ପୁନର୍ବାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ନିର୍ବାଚିତ ହୋଇଛନ୍ତି। ସେ କ୍ରମାଗତ ଏକାଦଶ ଥର ପାଇଁ ନିଜ ଦ୍ବାରା ଗଠିତ ଦଳର ମୁଖ୍ୟ ପଦରେ ଅଧିଷ୍ଠିତ ହୋଇଛନ୍ତି। ଲାଲୁଙ୍କ ନେତୃତ୍ବରେ ଆରଜେଡି ଆସନ୍ତା ୨୦୨୦ ବିହାର ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ମଙ୍ଗଳବାର ଅନୁଷ୍ଠିତ ଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। କାରାଦଣ୍ଡ ଭୋଗୁଥିବା ଲାଲୁ ଗତ ଦୁଇ ବର୍ଷ ଧରି ଡାକ୍ତରଖାନାରେ ଥିବାବେଳେ ଦଳର କାର୍ଯ୍ୟକାରୀ ସଭାପତି ତେଜସ୍ବୀ ଯାଦବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

Comments are closed.