ଲାଲୁଙ୍କୁ ମିଳିଲା ଆଉ ୬ସପ୍ତାହ ଜାମିନ୍‍

0

ପାଟନା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି ଥରେ ୬ମାସ ପାଇଁ ଜାମିନ ମଳିଯାଇଛି। ଲାଲୁଙ୍କ ସ୍ୱାସ୍ଥଗତ ଦୃଷ୍ଟିକୋଣରୁ କୋର୍ଟ ପକ୍ଷରୁ ଜୁଲାଇ ୩ପର୍ଯ୍ୟନ୍ତ ସାମୟିକ ଜାମିନ ପ୍ରଦାନ କରାଯାଇ ଥିଲା। ତେବେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ ଲାଲୁଙ୍କୁ ଅଧିକ ୬ମାସ ପାଇଁ ସାମୟିକ ଜାମିନ ପ୍ରଦାନ କରିଛନ୍ତି। ଫଳରେ ଅଗଷ୍ଟ ୧୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ଲାଲୁ ବାହାରେ ରହି ପାରିବେ। ନିକଟରେ ଲାଲୁ ମୁମ୍ବଇରେ ଚିକିତ୍ସା ହୋଉଥିଲେ। ହୃଦ୍‍ରୋଗର ଚିକିତ୍ସା ପାଇଁ ଲାଲୁଙ୍କୁ ଅଧିକ ସମୟ ପାଇଁ ଜାମିନ ପ୍ରଦାନ କରାଯାଇଛି ବୋଲି ତାଙ୍କ ଆଇନଜୀବୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ କୋର୍ଟ ପକ୍ଷରୁ ଲାଲୁଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି।

Leave A Reply