ଲାଲୁଙ୍କ ଆତ୍ମସମର୍ପଣ

0

ରାଞ୍ଚି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଆର୍‍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ପୁନଃ ଜେଲ୍‍ ଯିବାକୁ ପଡିଛି। ସର୍ତ୍ତମୂଳକ ଜାମିନ ଅବଧି ଶେଷ ହେବା ପରେ ଲାଲୁ ଗୁରୁବାର ସମର୍ଥକଙ୍କ ଗହଣରେ ରାଞ୍ଚିସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି। ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି କୋର୍ଟଙ୍କୁ ସୂଚନା ପ୍ରଦାନ କରିବା ପରେ ତାଙ୍କୁ କାରାଗାରକୁ ପଠାଇ ଦିଆଯାଇଛି। ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ଅବଧି ବୃଦ୍ଧି ସମ୍ବନ୍ଧୀୟ ତାଙ୍କ ଆବେଦନ ଖାରଜ କରିଥିଳେ। ଅଗଷ୍ଟ ୩୦ ସୁଦ୍ଧା ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିବାକୁ ତାଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ୨୦୧୭ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବିଭିନ୍ନ ରୋଗରେ ଆକ୍ରାନ୍ତ କାରଣରୁ ସେ ଜାମିନରେ ମୁକୁଳିବା ପରେ ମୁମ୍ବାଇ ସ୍ଥିତି ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟରେ ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସିତ ହୋଇଥିଲେ।

Leave A Reply