ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି

0

କଟକ : ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା, ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ, ପଞ୍ଜାବ କେଶରୀ ଲାଲା ଲଜପତ୍ ରାୟଙ୍କର ଆଜି ୯୦ତମ ବଳିଦାନ ଦିବସ। ଏହି ଅବସରରେ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି ।

ଏହି ଉପଲକ୍ଷେ ଗୋପବନ୍ଧୁ ଭବନ, କଟକରେ ସନ୍ଧ୍ୟା ୬ଟାରେ ସ୍ମୃତି ସଭାର ଆୟୋଜନ କରାଯାଇଛି। ଏହି ସଭାରେ ଜନସାଧାରଣ ଯୋଗଦେବାକୁ ଲୋକସେବକ ମଣ୍ଡଳ, କଟକ ପକ୍ଷରୁ ବିନମ୍ର ନିବେଦନ କରାଯାଇଛି ।

Leave A Reply