‘ସମାଜ’ କାର୍ଯ୍ୟାଳୟରେ ଲାଲା ଲଜପତ୍‍ ରାୟଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଦୈନିକ ଖବରକାଗଜ ‘ସମାଜ’ କାର୍ଯ୍ୟାଳୟରେ ପଞ୍ଜାବକେଶରୀ ଲାଲା ଲଜପତ୍‍ ରାୟଙ୍କ ଜୟନ୍ତୀ ପାଳିତ । ଏହି ଅବସରରେ ‘ସମାଜ’ କାର୍ଯ୍ୟାଳୟରେ ପଞ୍ଜାବକେଶରୀ ଲାଲା ଲଜପତ୍‍ ରାୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଭୁବନେଶ୍ୱର କାର୍ଯ୍ୟାଳୟର ଶାଖା ପରିଚାଳକ ଭରତ ଦାସ ଓ ‘ସମାଜ’ର ସମସ୍ତ କର୍ମଚାରୀ ।

ଭାରତର ସ୍ୱାଧୀନତା ସଂଗ୍ରାମର ଅନନ୍ୟ ନାୟକ ଲାଲ ଲଜପତରାୟ । ୧୮୬୫ ଜାନୁଆରୀ ୨୮ରେ ପଞ୍ଜାବର ମୋଗା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ପଞ୍ଜାବକେଶରୀ ଲାଲା ଲଜପତ୍‍ ରାୟ ।

ଲାଲା ଲଜପତ୍‍ ରାୟଙ୍କ ଅନ୍ୟ ଦୁଇ ସାଥୀ ଥିଲେ ବାଲ୍‍ ଗଙ୍ଗାଧର ତିଲକ ଓ ବିପିନ ଚନ୍ଦ୍ର ପାଲ । ଲାଲ-ବାଲ-ପାଲ ନାମରେ ଏହି ତିନିଜଣଙ୍କ ଲୋକ ପ୍ରିୟତା ରହିଛି । ଲୋକ ସେବକ ମଣ୍ଡଳ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଲକ୍ଷ୍ମୀ ବୀମା କମ୍ପାନୀର ପ୍ରତିଷ୍ଠାତା ଲାଲା ଲଜପତ୍‍ ରାୟ ଦେଶରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । ଲାଲା ଲଜପତ ରାୟଙ୍କ ୧୯୨୮ ନଭେମ୍ବର ୧୭ରେ ପରଲୋକ ହୋଇଥିଲା ।

Comments are closed.