କଗ୍ରେଂସ କନ୍ଦଳ: ବିବାଦ ତୁଟିବା ପରେ ପୁର୍ବତନ ବିଧାୟକ ଖପ୍ପା

ଲକ୍ଷ୍ମୀପୁର: କଗ୍ରେଂସର କନ୍ଦଳ ତୁଟିବା ବଦଳରେ ବଢ଼ିବଢ଼ି ଯାଉଛି। ଲକ୍ଷ୍ମୀପୁର ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତିଙ୍କ ମଧ୍ୟରେ କିଛି ଦିନ ହେବ ବିବାଦ ଦେଖା ଦେଇଥିଲା ବେଳେ ଏହି ବିବାଦ ଭିତରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ପୁର୍ବତନ ନବରଙ୍ଗପୁର ସାଂସଦ ତଥା ପ୍ରଦେଶ କଗ୍ରେଂସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏପରିକ ସଭାପତିଙ୍କ ସହିତ ରାଜ୍ୟ ପ୍ରଭାରୀ ଚେଲାକୁମାରଙ୍କୁ ମଧ୍ୟ ଟଣା ଯାଇଥିଲା। ଏପରିକି ବରିଷ୍ଠ ନେତା ନରସଂଘ ମିଶ୍ର ମଧ୍ୟ ଏହି ବିବାଦ ଭିତରକୁ ଟଣା ହୋଇଥିଲେ। ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ଏହାର ପ୍ରଭାବ ଦଳ ଉପରେ ପଡ଼ିବା ଆଶଙ୍କା କରି ଦଳ ପକ୍ଷରୁ ଏନେଇ ପ୍ରକାରାନ୍ତରେ ଚେତାବନୀ ଦିଆଯାଇ ଏହାକୁ ଆଉ ଆଗକୁ ନବଢ଼ାଇବାକୁ କୁହାଯାଇଥିଲା।

କିଛିଦିନର ଟଣା ଓଟରା ପରେ କଂଗ୍ରେସ ପ୍ରଭାରୀ ଚେଲା କୁମାର ଆସିଥିଲେ ଫାଟରେ କାଦୁଅ ଲେପିବା ପାଇଁ, କିନ୍ତୁ କନ୍ଦଳ ତୁଟିବ କଣ ଆଗକୁ ପୁଣି ବଢ଼ିବା ଭଳି ପ୍ରତୀୟମାନ ହେଉଛି। କାହିଁକିନା ଲକ୍ଷ୍ମୀପୁର ବିଧାୟକ ଯେକି ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳିର ବ୍ଲକସ୍ତରୀୟ କିଛି ନେତାଙ୍କ ସହିତ ଜିଲା କଂଗ୍ରେସର ସଭାପତି ମୀନାକ୍ଷୀ ବାହିନୀପତିଙ୍କ ସହିତ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରେ ଖପାହୋଇ ଦଳତ୍ୟାଗ ପାଇଁ ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠଇବା ସହିତ ପ୍ରଭାରୀଙ୍କୁ ମଧ୍ୟ ଜଣାଇଥିଲେ ବୋଲି ଗଣମାଧ୍ୟମମ ଜରିଆରେ ପ୍ରକାଶ କରିଥିଲେ, କିନ୍ତୁ ପରବର୍ତୀ ମୂହୂର୍ତରେ ସେ କୋରାପୁଟ ଠାରେ ସାଂସଦଙ୍କ ଦ୍ୱାରା ଡକାଯାଇଥିବା ଏକ ବୈଠକରେ ଯୋଗ ଦେଇଥିବା ବେଳେ କୈଳାସଙ୍କ ଇସ୍ତଫା ପ୍ରତ୍ୟାହାର ସମ୍ପର୍କରେ ତାଙ୍କୁ କୌଣସି ସୂଚନା ଦିଆ ଯାଇ ନଥିବା ଅଭିଯୋଗ କରିବା ସହିତ ତାଙ୍କ ପତି ତାରାଙ୍କୁ ମଧ୍ୟ ବୈଠକକୁ ଡକା ଯାଇନଥିବା ଅଭିଯୋଗ କରି ବିଭିନ୍ନ ମନ୍ତବ୍ୟ ଦେଇଥିଲେ।

ସେହିପରି ଏଥିପାଇଁ ସଭାପତି ନିରଞ୍ଜନଙ୍କ ଉପରେ ଖପ୍ପା ହୋଇ ବିଭିନ୍ନ ମନ୍ତବ୍ୟ ଦେଇଥିଲେ ତାରା ପ୍ରସାଦ, କିନ୍ତୁ ତାରା ତାକର ବୟାନ ବଦଳାଇ ସେ କଂଗ୍ରେସ ସହିତ ଅଛନ୍ତି ଓ ରହିବେ ବୋଲି କହିବା ସହିତ ସେ କେବେବି କଂଗ୍ରେସ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ଏପରିକି ରାଗରେ ବେେଳେ ବେଳେ ଏଭଳି ହୁଏ ବୋଲି କହିବା ସହିତ ତାଙ୍କର କଥାକୁ ଏକ ପ୍ରକାର ଫେରାଇ ନେବା ଭଳି ବକ୍ତବ୍ୟରୁ ଜଣା ପଡ଼ିଥିଲା।

ସେହିପରି ଚେଲାକୁମାରଙ୍କ ତାଳିପକ୍କା ବୈଠକ ପରେ ସବୁ ସମାଧାନ ହୋଇଗଲା ବୋଲି ଭାବିଥିଲା ପିସିସି। ତେବେ ବୈଠକ ଶେଷପରେ ଲକ୍ଷ୍ମୀପୁର ପୁର୍ବତନ ବିଧାୟକ କୈଳାସ କୁଲେସିକା ପୁଣି ତେରଛା ବାର ମାରିଛନ୍ତି ତାରାଙ୍କ ଉପରକୁ। ସେ କହିଛନ୍ତି ତାରା କୁଆଡ଼େ ବିଜେଡ଼ି ପାଇଁ କାମ କରିବା ସହିତ କଂଗ୍ରେସକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରୁଛନ୍ତି। ଭୁଲକରି କ୍ଷମା ମାଗିଦେଲ ଯଦି ସବୁ ମାଫ ତା’ହେଲେ ଆମେବି ସେଇଆ କରିବୁ ବୋଲି କହିଛନ୍ତି। କିନ୍ତୁ ଏ ସମ୍ପର୍କରେ ବିଧାୟକ ତରାପ୍ରସାଦ କିଛି କହିବାକୁ ମନା କରି ଦେଇଛନ୍ତି। ତେବେ କଂଗ୍ରେସର ଏହି ବୟାନ କି ରୂପ ନେଉଛି ତାହା ଆଗକୁ ଜଣାପଡ଼ିବ।

Comments are closed.