ଲଖିମପୁର ଖେରି ମାମଲା, ଏସ୍‌ଆଇଟି ମୁଖ୍ୟଙ୍କ ବଦଳି

ଲକ୍ଷ୍ନୌ: ଲଖିମପୁର ଖେରିରେ କୃଷକଙ୍କୁ ହତ୍ୟା ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ପୁଲିସ ଦଳ (ଏସ୍‌ଆଇଟି)ର ମୁଖ୍ୟ ଡିଆଇଜି ଉପେନ୍ଦ୍ର ଅଗ୍ରୱାଲଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତାଙ୍କୁ ପୁଲିସ ମୁଖ୍ୟାଳୟ ଡିଆଇଜି ପଦରୁ ହଟାଇ ଦେବୀପାଟନା ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ଏସଆଇଟି ମୁଖ୍ୟ ଭାବେ କାହାକୁ ଅବସ୍ଥାପିତ କରାଯାଇ ନାହିଁ। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ତଥା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷଙ୍କୁ ଗିରଫ କରିବାରେ ଡିଆଇଜି ଅଗ୍ରୱାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଏ।

Comments are closed.