MEllora 950×100

ମେଟ୍ରନ ମହାସଂଘ ପକ୍ଷରୁ ପ୍ରଶାସନକୁ ଦାବିପତ୍ର ପ୍ରଦାନ

କେନ୍ଦୁଝରଗଡ଼ : ନିଖିଳ ଓଡିଶା ମେଟ୍ରନ ମହାସଂଘ କେନ୍ଦୁଝର ଜିଲା ଶାଖା ପକ୍ଷରୁ ସୋମବାର ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ସଭାନେତ୍ରୀ ଝରଣା ମହାନ୍ତ ଓ ସମ୍ପାଦିକା ପୁଷ୍ପଲତା ମହାନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ଜିଲାରେ କାର୍ଯ୍ୟରତ ମେଟ୍ରନ ମାନଙ୍କୁ ସରକାରଙ୍କ ନିୟମାନୁଯାୟୀ ହଷ୍ଟେଲ ପରିଚାଳନା ଦାୟିତ୍ୱ ପ୍ରଦାନ, ଲେଡି ମେଟ୍ରନ ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ସର୍ବନିମ୍ନ ମାସିକ ୧୮ହଜାର ଟଙ୍କା ବେତନ, ୨୪ଘଣ୍ଟା ପରିବର୍ତ୍ତେ ୮ଘଣ୍ଟା କାର୍ଯ୍ୟ କରିବା, ମେଟ୍ରନ ମାନଙ୍କୁ ବିଦ୍ୟାଳୟ ନିକଟରେ ସରକାରୀ ବାସଭବନ ଯୋଗାଣ, କାଜୁଆଲ ଲିଭ ଓ ସାପ୍ତାହିକୀ ଛୁଟି ପ୍ରଦାନ, ମେଡିକାଲ ସୁବିଧା, ମୃତ୍ୟୁବରଣ କଲେ ଅନୁକମ୍ପାମୂଳକ ଆଥିିକ ସହାୟତା ସହ ନିଯୁକ୍ତି, ମାସିକ ଦରମାରୁ ଇପିଏଫ୍‌ କଟାଯାଇ ସରକାରଙ୍କ ଅଂଶଧନ ଜମା କରିବା, ମେଟ୍ରନ ମାନଙ୍କ ସୁବିଧା ନିମନ୍ତେ ମହାସଂଘ କାର୍ଯ୍ୟାଳୟ ପରିଚାଳନା ନିମନ୍ତେ କେନ୍ଦୁଝର ପାର୍କଲାଇନ ଠାରେ ଥିବା ସରକାରୀ ଗୃହ ଯୋଗାଇ ଦେବା ଏବଂ ମେଟ୍ରନ ମାନଙ୍କୁ ହଷ୍ଟେଲ ନିକଟରେ ସରକାରୀ ବାସଗୃହ ବିନା ଭଡାରେ ଯୋଗାଇ ଦେବାକୁ ଦାବି କରିଛନ୍ତି । ଦାବି ଗୁଡିକ ସରକାର ତୁରନ୍ତ ପୂରଣ ନକଲେ ଆଗାମୀ ଦିନରେ ଲେଡି ମେଟ୍ରନ ବାଧ୍ୟ ହୋଇ ଆନେ୍ଦାଳନକୁ ଓହ୍ଲାଇବେ ବୋଲି କେନ୍ଦୁଝର ସଂଘ ସମ୍ପାଦିକା ପୁଷ୍ପଲତା ମହାନ୍ତ କହିଛନ୍ତି ।

Comments are closed.