ମୁମୂର୍ଷୁ ଅବସ୍ଥାରେ ରାସ୍ତାକଡରୁ ନାବାଳିକା ଉଦ୍ଧାର

0

ମାଲକାନଗିରି: ମାଲକାନଗିରି ଜିଲା ମାଥିଲି ଥାନା ଅଞ୍ଚଳରେ ରାସ୍ତାକଡ଼ରୁ ଜଣେ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ସିଙ୍ଗଲବାଞ୍ଚା ରାସ୍ତା କଡ଼ରେ ନାବାଳିକା ଜଣକ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବାର କେତେକ ଗ୍ରାମବାସୀ ଦେଖି ମାଥିଲି ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ନାବାଳିକାଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ସିଙ୍ଗଳବାଞ୍ଚା ରାସ୍ତା କଡ଼ରେ ପଡ଼ିଥିବା ଦେଖି ଗ୍ରାମବାସୀମାନେ ମାଥିଲ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ନାବାଳିକାଙ୍କର ପରିଚୟ ଜଣା ପଡିନାହିଁ। ନାବାଳିକାଙ୍କ ଚେତା ଫେରିବା ପରେ ସମସ୍ତ ଘଟଣା ବିଷୟରେ ଜଣା ପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply