ଲଡୁଗାଁରେ ଡେଙ୍ଗୁ ଭୟ, ବଜାରକୁ ଆସୁ ନାହାନ୍ତି ଲୋକ

0

କୋକସରା:  ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଉ ମାସେ ବାକି ରହିଲା। ଏବେଠୁଁ ବଜାରରେ ଗହଳ ଚହଳ ରହିବା କଥା। ପରିବାର ଜ୍ଞାତିକୁଟୁମ୍ବ ପାଇଁ ଲୁଗାପଟା କିଣାରେ ବଜାର ଭିଡ ଜମିବା କଥା। କିନ୍ତୁ ଲଡୁଗାଁରେ ଅଘୋଷିତ କର୍ଫ୍ୟୁ ଲାଗିବା ପରି  ରାସ୍ତା ଘାଟ ଶୁନଶାନ। ବଜାରରେ ଗହଳି ଚହଳି ନାହିଁ। ବ୍ଳକର ୨୨ଟି ପଂଚାୟତର ପ୍ରାୟ ୮୦ ପ୍ରତିଶତ ଲୋକ ତେଲ ଲୁଣ ଠୁଁ ଆରମ୍ଭ କରି ଲୁଗାପଟା ଆଦି ଜିନିଷ ପାଇଁ  ଲଡୁଗାଁ ବଜାର ଉପରେ ନିର୍ଭର କରିଥାଆନ୍ତି। ଏବେ କିନ୍ତୁ ଡେଙ୍ଗୁ ଭୟରେ ଲଡୁଗାଁ ବଜାର ଖାଲି ରହିଛି ।

ନିଜ ଘରୁ ବାହାରକୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। କିଛି ଲୋକ ଗାଁ ଛାଡି ନିଜ ବନ୍ଧୁବାନ୍ଧବ ଘରେ ଆଶ୍ରୟ ନେଇଛନ୍ତି। ଗ୍ରାହକ ଆସୁନଥିବାରୁ  ଦୋକାନବଜାର ବି ବନ୍ଦ ରହୁଛି। ଲଡୁଗାଁ ଏକ ଶିଳ୍ପାଞ୍ଚଳ ହୋଇଥିବାରୁ ଏଠାକୁ ଆଖପାଖ ଗାଁର ଅନେକ ଲୋକ ନିଜ ପରିବାର ପ୍ରତିପୋଷଣ ପାଇଁ କାମ ଅନ୍ୱେଷଣରେ ଆସିଥାନ୍ତି। ଅନେକ ଲୋକ ଏଠାକାର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନମାନଙ୍କରେ ନିୟମିତ କାମ କରିଥାନ୍ତି। ଡେଙ୍ଗୁ ଆତଙ୍କଯୋଗୁଁ ଏବେ ସେମାନେ ମଧ୍ୟ ଲଡୁଗାଁ ଯିବାଆସିବା କମ କରିଦେଇଛନ୍ତି। ଯାହାଫଳରେ ତାଙ୍କ ପରିବାର ପ୍ରତିପୋଷଣରେ କରିବାରେ ସେମାନଙ୍କୁ ଅସୁବିଧା ହେଉଛି।

Leave A Reply