ବିବାହ କଲା ଲାଡେନ୍‍ର ପୁଅ ହାମ୍‍ଜା

0

ନୂଆଦିଲ୍ଲୀ : କୁଖ୍ୟାତ ଅଲ୍‍-କାଏଦା ଆତଙ୍କବାଦୀ ଓସାମା ବିନ୍‍ ଲାଡେନ୍‍ର ପୁଅ ହାମ୍‍ଜା ବିନ୍‍ ଲାଡେନ୍‍ ଅନ୍ୟତମ ଆତଙ୍କବାଦୀ ମହମ୍ମଦ ହାଟ୍ଟାର ଝିଅକୁ ବିବାହ କରିଛି। ହାଟ୍ଟା ହେଉଛି ୨୦୦୧ ସେପ୍ଟେମ୍ବର ୨୬ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ବିମାନ ଅପହରଣାରୀ। ଏହି ବିବାହ ସମ୍ପର୍କର ସୂଚନା ଦେଇଛନ୍ତି ଓସାମାର ସାବତ ଭାଇ ଅହମ୍ମଦ ଅଲ୍‍-ହାଟ୍ଟାସ୍‍। ବିବାହ ପରେ ହାମ୍‍ଜା ପତ୍ନୀ ସହିତ ଆଫଗାନିସ୍ତାନରେ ରୁହୁଥିବା ଏହି ଦୁଇ ଭାଇ ସୂଚନା ଦେଇଛନ୍ତି। ହାମ୍‍ଜା ସମ୍ପ୍ରତି ଅଲ୍‍-କାଏଦାର ଉଚ୍ଚ ପଦରେ ରହିଛି ଓ ପାକିସ୍ତାନର ଆବେଟ୍ଟାବାଦଠାରେ ୨୦୧୧ ମେ ୨ରେ ବାପାକୁ ହତ୍ୟା କରିଥିବା ଆମେରିକା ଉପରେ ପ୍ରତିଶୋଧ ନେବାକୁ ଯୋଜନା ଚଳାଇଛି। ହାମ୍‍ଜା ହେଉଛି ଓସାମାର ଜୀବିତ ତିନି ପତ୍ନୀଙ୍କ ମଧ୍ୟରୁ ଜଣେ, ଖାଇରିଆ ସାବରଙ୍କ ପୁଅ। ଓସାମାର ମୃତ୍ୟୁ ସମୟରେ ସାବର ତା’ ନିକଟରେ ଥିଲେ। ଓସାମାର ଜଣେ ପୁଅ ଖାଲିଦ ଆବୋଟ୍ଟାବାଦରେ ବାପା ସହିତ ମୃତ୍ୟୁମୁଖରେ ପଡ଼ିଥିଲା। ତୃତୀୟ ପୁଅ ସାଦର୍‍ ୨୦୦୯ରେ ଆଫଗାନିସ୍ତାନରେ ଆମେରିକା ଡ୍ରୋନ୍‍ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଓସାମାର ପତ୍ନୀ ଓ ଅନ୍ୟ ପିଲାମାନେ ଏବେ ସାଉଦି ଆରବରେ ବସବାସ କରୁଛନ୍ତି। ସେମାନେ ଜିଦାରେ ରହୁଥିବା ଓସାମାର ମା’ ଆଲିଆ ଗାନେମ୍‍ ସହିତ ନିୟମିତ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି। ତେବେ ହାମ୍‍ଜାର ଉପସ୍ଥିତି ନେଇ ସନ୍ଧାନ ଜାରି ରହିଛି। ବାପାର ମୃତ୍ୟୁ ପରେ ହାମ୍‍ଜା ଇରାନ୍‍ ଚାଲିଯାଇଥିଲା। ସେଠାରୁ ସିରିଆ ହୋଇ ଏବେ ଆଫଗାନିସ୍ତାନ ଫେରିଥିବା କୁହାଯାଉଛି।

Leave A Reply