ଲଡ଼ୁଗାଁକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ 

କୋକସରା :  କଳାହାଣ୍ଡିରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ କୋକସରା ବ୍ଲକ ଲଡ଼ୁଗାଁକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଗୁରୁବାର ସକାଳ ୮ ଟାରୁ ରବିବାର ସକାଳ ୮ ଟା ପର୍ୟ୍ୟନ୍ତ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ଲଡ଼ୁଗାଁ ସରପଞ୍ଚ କହ୍ନେଇ ଚରଣ ଦାସ । ଲଡ଼ୁଗାଁ ପଞ୍ଚାୟତର ମୁଖ୍ୟ କାର୍ୟ୍ୟାଳୟ ଅଟେ । ଏଠାରେ ଅନେକ ଶିଳ୍ପାନୁଷ୍ଠାନ କଳ କାରଖାନା ସହ ୧୧ରୁ ଅଧିକ ରାଇସମିଲ ଅଛି । ପ୍ରତିଦିନ ଲଡ଼ୁଗାଁକୁ ଶହ ଶହ ମାତ୍ର ରେ ବାହାର ଜିଲ୍ଲା ତଥା ଅନ୍ୟ ରାଜ୍ୟରୁ ଲୋକମାନେ ଆସୁଛନ୍ତି । ଫଳରେ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା ଅଛି । ଏହାକୁ ପ୍ରତିହତ କରିବା ପାଇଁ ସରପଞ୍ଚ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଜରୁରୀ କାଳୀନ ସେବାକୁ ବାଦ ଦେଇ ୭୨ ଘଣ୍ଟା ପାଇଁ ସମସ୍ତ ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସରପଞ୍ଚ କହିଛନ୍ତି ।

Comments are closed.