ଲେହ୍ଠାରେ ସ୍ଥାପନ ହେବ ଜାତୀୟ ସୋୱା-ରିଗ୍ପା ପ୍ରତିଷ୍ଠାନ
ନୂଆଦିଲ୍ଲୀ : ପାରମ୍ପରିକ ଔଷଧ ଓ ଚିକିତ୍ସା ପଦ୍ଧତୀକୁ ଲୋକପ୍ରିୟ କରାିବା ପାଇଁ ଲେହ୍ଠାରେ ଜାତୀୟ ସୋୱା-ରିଗ୍ପା ପ୍ରତିଷ୍ଠାନ ସ୍ଥାପନ କରାଯିବ। କେନ୍ଦ୍ର କ୍ୟାବିନେଟ୍ ଏଥିପାଇଁ ୪୭ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁରି ପ୍ରଦାନ କରିଛି । ଏନ୍ଆଇଏସ୍ଆର୍ ଆୟୁଷ୍ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଙ୍ଗଠନ ଭାବେ କାର୍ଯ୍ୟ କରିବ। ଏହାର ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି ମୋଟାମୋଟି ପ୍ରକଳ୍ପର କାର୍ଯ୍ୟକାରିତାକୁ ତଦାରଖ କରିବାକୁ ଜଣେ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରାଯିବ।
ଲେହ୍ଠାରେ ଜାତୀୟ ସୋୱା-ରିଗ୍ପା ପ୍ରତିଷ୍ଠାନ ସ୍ଥାପନ କରି ସୋୱା-ରିଗ୍ପା ଚିକିତ୍ସା ପଦ୍ଧତିର ବିକାଶ କରିବାକୁ ସରକାର ଯୋଜନା କରିଛନ୍ତି। ଏହାଛଡ଼ା ଲଦାଖ୍ ଏକ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏହାର ସଂସ୍କୃତିର ବିକାଶ ମଧ୍ୟ ଏନ୍ଆଇଏସ୍ଆର ସ୍ଥାପନର ଅନ୍ୟତମ ଲକ୍ଷ୍ୟ। ଏହି ଅନୁଷ୍ଠାନ ସୋୱା-ରିଗ୍ପା ଛାତ୍ରଛାତ୍ରୀମାନଙ୍କପାଇଁ ସୁଯୋଗ ସୃଷ୍ଟି କରିବ। ସୋୱା-ରିଗ୍ପା ଏକ ପାରମ୍ପରିକ ଚିକିତ୍ସା ପଦ୍ଧତି, ଯାହା ହିମାଳୟ ଅଞ୍ଚଳରେ ଅତ୍ୟନ୍ତ ଲୋକପ୍ରିୟ। ଏହି ଚିକିତ୍ସା ପଦ୍ଧତି ସକ୍କିମ୍, ଅରୁଣାଚଳ ପ୍ରଦେଶ,
ଦାର୍ଜିଲିଂ, ହିମାଚଳ ପ୍ରଦେଶ ଓ ଲଦାଖରେ ବେଶ୍ ଲୋକପ୍ରିୟ। ବର୍ତ୍ତମାନ ଏହା ସାରା ଦେଶରେ ଉପଲବ୍ଧ ହେବ।
Comments are closed.