ଲଦାଖରେ ଦୀର୍ଘ କାଳ ରହିବ ଭାରତୀୟ ସେନା

ନୂଆଦିଲ୍ଲୀ : ପୂର୍ବ ଲଦାଖ ସୀମାନ୍ତରେ ଚୀନ ସହିତ ସୃଷ୍ଟି ହୋଇଥିବା ବିବାଦର ସମାଧାନ ସମୟସାପେକ୍ଷ। ଅନୁପ୍ରବେଶକାରୀ ଚୀନ ସେନାର ମୁକାବିଲା ଲାଗି ଭାରତୀୟ ସେନାକୁ ଏଠାରେ ଦୀର୍ଘ ସମୟ ରହିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ଶୀତଋତୁରେ ମଧ୍ୟ ଭାରତୀୟ ସେନା ସେଠାରେ ଅବସ୍ଥାନ କରିବାକୁ ପ୍ରସ୍ତୁତ। ସଂସଦୀୟ କମିଟିକୁ ବରିଷ୍ଠ ସେନା ପକ୍ଷରୁ ଏଭଳି ରିପୋର୍ଟ ଦିଆଯାଇଛି। ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ନେତୃତ୍ୱାଧୀନ ବରିଷ୍ଠ ସେନା ଅଧିକାରୀମାନଙ୍କ ଏକ ଦଳ ସଂସଦୀୟ କମିଟିକୁ ଜଣାଇଛନ୍ତି ଯେ ଚୀନର ଯେକୌଣସି ଦୁଃସାହସର ଜବାବ ଦେବାକୁ ସେନା ପ୍ରସ୍ତୁତ; ତେବେ ଦୁଇ ଦେଶ ମଧ୍ୟରେ ବୃଦ୍ଧିପାଇଥିବା ଉତ୍ତେଜନା ସ୍ୱାଭାବିକ ହେବାକୁ କିଛି ସମୟ ଲାଗିବ। ଅନ୍ୟପକ୍ଷରେ ଭାରତ ଓ ଚୀନ ମଧ୍ୟରେ ଶନିବାର ଅନୁଷ୍ଠିତ ସେନାଧିକାରୀସ୍ତରୀୟ ବୈଠକରେ ଦେପସାଙ୍ଗ ଅଞ୍ଚଳରୁ ଯଥା ଶୀଘ୍ର ପଛକୁ ହଟିବାକୁ ଭାରତ ଚୀନକୁ କହିଛି। ଏଥିସହିତ ନିର୍ମାଣାଧୀନ ବିଭିନ୍ନ କାର୍ଯ୍ୟ ବନ୍ଦ ପାଇଁ ଚେତାବନୀ ଦେଇଛି।

Comments are closed.