୧୮୦ କୋଟି ଲୋକଙ୍କୁ କରୋନା ହେବା ଆଶଙ୍କା, ସ୍ୱାସ୍ଥ୍ୟକେନ୍ଦ୍ରରେ ଜଳାଭାବ ନେଇ ‘ହୁ ଏବଂ ୟୁନିସେଫ’ର ରିପୋର୍ଟ

ବିଶ୍ୱ ସ୍ଥରରେ ୪ଟି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ଗୋଟିଏ କେନ୍ଦ୍ରରେ ଜଳ ଅଭାବ ଥିବାରୁ ପ୍ରାୟ ୧୮୦ କୋଟି ଲୋକଙ୍କୁ କରୋନା ସଂକ୍ରମଣ ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ହୁ ଦ୍ୱାରା ଜାରି ରିପୋର୍ଟରେ ଏହା କୁହାଯାଇଛି। ୧୬୫ଟି ଦେଶର ତଥ୍ୟ ଉପରେ ଆଧାରିତ ଏକ ଅଧ୍ୟୟନରୁ ମିଳିଥିବା ଏହି ଫଳାଫଳ ହୁ ଏବଂ ୟୁନିସେଫ୍ ଦ୍ୱାରା ସାର୍ବଜନୀନ କରାଯାଇଛି।

ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧନୋମ୍ ଗେବ୍ରେଏସ୍ କହିଛନ୍ତି ଯେ ଜଳ, ପରିମଳ ଏବଂ ସ୍ୱଚ୍ଛତା ବିନା ସ୍ୱାସ୍ଥ୍ୟସେବାରେ କାର୍ଯ୍ୟ କରିବା ନର୍ସ ଏବଂ ଡାକ୍ତରମାନଙ୍କୁ କୌଣସି ବ୍ୟକ୍ତିଗତ ସୁରକ୍ଷା ଉପକରଣ ବିନା କାମକୁ କରିବାକୁ ପଠାଇବା ସଦୃଶ। ଅତି କମ୍ ବିକଶିତ ଦେଶରେ ପରିସ୍ଥିତି ବିଶେଷ ଖରାପ ବୋଲି ସେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ ଅନୁଯାୟୀ, ଜନସଂଖ୍ୟାର ତିନି ପ୍ରତିଶତରୁ କମ୍ ସ୍ୱାସ୍ଥ୍ୟ ବିଶେଷଜ୍ଞ ଥିବାବେଳେ, ସମଗ୍ର ବିଶ୍ୱରେ କୋଭିଡ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସଂଖ୍ୟା ୧୪ ପ୍ରତିଶତ ଅଟେ।

Comments are closed.