ପିକ୍ଅପ୍ ଭ୍ୟାନ୍ ତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

ବାଲେଶ୍ବର: ବାଲେଶ୍ବର ଜିଲା ଶିଳ୍ପାଞ୍ଚଳ ଥାନା ନିକଟ ଜାତୀୟ ରାଜପଥର ବାମପଦା ଛକ ନିକଟରେ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଉଛନ୍ତି ମଙ୍ଗଳପୁର ଗାଁର ସନିଆ ସିଂ(୫୨)।

ସୂଚନା ଅନୁସାରେ, ସିମେଣ୍ଟ ଗୋଦାମରେ କାମକରୁଥିବା ସନିଆ ସାଇକେଲରେ ବାମପଦା ଆଡ଼କୁ ଯାଉଥିବା ବେଳେ ଏକ ପିକ୍ଅପ୍ ଭ୍ୟାନ୍ ପଛ ପଟୁ ଆଗକୁ ବାହାରିଯିବା ଚକ୍କରରେ ଆଗରୁ ଆସୁଥିବା ଟ୍ରକରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା। ଫଳରେ ପିକ୍ଅପ୍ ଭ୍ୟାନ ତଳେ ଚାପି ହୋଇ ଘଟଣା ସ୍ଥଳରେ ହିଁ ସିନିଆଙ୍କ ମୃତ୍ୟୁ ଘଟିଛି।

Comments are closed.