ଆଇଜର ନିର୍ମାଣ ସ୍ଥଳ କ୍ୟାମ୍ପସ ପରିସରର ଶ୍ରମିକ ଆବାସ ସ୍ଥଳୀ ରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଡିଗାଁ ଠାରେ ନିର୍ମାଣ ଧିନ ରହିଥିବା ଭାରତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ ତଥା ଆଇଜର କ୍ୟାମ୍ପସ ପରିସରରେ ଥିବା ଶ୍ରମିକ ନିବାସ ପରିସରରୁ ଜଣେ ୧୮ ବର୍ଷିୟ ବିହାରୀ ଶ୍ରମିକର ଝୁଲନ୍ତା ଶବକୁ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରିଛି। ମୃତ ଯୁବକ ଜଣଙ୍କ ବିହାର ବେଗୁ ସରାଇର ମୈସୁମ କୁମାର ବୋଲି ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ନିର୍ମାଣ ଧିନ କ୍ୟାମ୍ପସ ପରିସରରେ ଥିବା ଶ୍ରମିକ ନିବାସର ଏକ କୋଠରୀରେ ୫ ଜଣ ଶ୍ରମିକ ରହୁଥିବାବେଳେ, ଆଜି ସକାଳ ୭ ଟା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଯୁବକ କାମ କରିବାକୁ ଚାଲି ଯାଇଥିଲେ। କିନ୍ତୁ ମୈସୁମ ତାଙ୍କ ଦେହ ଭଲ ନଥିବା କହି କୋଠରୀରେ ରହି ଯାଇଥିଲେ। ସକାଳ ପ୍ରାୟ ୯ ଟା ବେଳେ ଶ୍ରମିକମାନେ କୋଠରୀକୁ ଆସିବା ସମୟରେ କୋଠର ଭିତର ପଟୁ କବାଟ ବନ୍ଦ ରହିଥିବା ବେଳେ ମୈସୁମ କୈାଣସି ଉତ୍ତର ଦେଇନଥିଲେ। ଏହାଦେଖି କେତେକ ଶ୍ରମିକ କୋଠରୀର ଏକ ଝରକା ପଟେ ଦେଖାବା ସମୟରେ ମୈସୁମ ରୁମ ପରିସରରେ ଏକ ହୁକରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା।
ଏହି ଘଟଣା ନେଇ ଠିକାଦର ପକ୍ଷରୁ ଥାନାକୁ ଅଭିଯୋଗ କରାଯାଇଥିଲା। ପୁଲିସ ଘଟଣ ସ୍ଥଳରେ ମାଜିଷ୍ଟ୍ରେଟ ତଥା କନିଷି ତହସିଲଦାର ତାପସ ରାଉତଙ୍କ ଉପସ୍ଥିତିରେ ଶବକୁ ତଳକୁ ଓହ୍ଲଇବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇ ମୈସୁମର ପରିବାର ବର୍ଗଙ୍କୁ ଘଟଣା ନେଇ ଖବର ଦେଇଥିଲେ। ଘଟଣା ନେଇ ଗୋଳନ୍ଥରା ଥାନାରେ ୨୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଅପରାହ୍ନରେ ଶବ ବ୍ୟବଚ୍ଛେଦ କରାଯାଇ ମୈସୁମର ଶବକୁ ନିଜ ଗାଁକୁ ଏକ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଥିବା ଜଣାପଡିଛି।

Comments are closed.