ଫସି ରହିଥିବା ୭ଜଣ ଦାଦନ ଶ୍ରମିକ ଉଦ୍ଧାର

0

ସୁନ୍ଦରଗଡ : ସୁନ୍ଦରଗଡ ଜିଲାର ୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲାର ଏକ ଇଟା ଭାଟିରୁ ଉଦ୍ଧାର କରାଯାଇଛି। ଶ୍ରମ ବିଭାଗ ଅଧିକାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲାର କିଛି ଲୋକ ବିଜୟନଗରମକୁ କାମ ପାଇଁ ଯାଇଥିଲେ। ସେଠାରେ ଦାଦନ ଶ୍ରମିକ ଭାବେ ଏକ ଇଟା ଭାଟିରେ କାର୍ଯ୍ୟ କରୁଥିଲେ। ତେବେ ଇଟା ଭାଟି ମାଲିକ ସେମାନଙ୍କୁ ଦରମା ନ ଦେଇ ନିର୍ଯାତନା ଦେଉଥିଲେ ବୋଲି ଶ୍ରମିକମାନେ ଅଭିଯୋଗ କରିଥିଲେ। ଟଙ୍କା ମାଗିବାରୁ ମାଲିକ ଜଣେ ଶ୍ରମିକଙ୍କ ଉପରକୁ ଏସିଡ ମାଡ କରିବା ସହ ଅନ୍ୟ ଶ୍ରମିକଙ୍କ ଆଙ୍ଗୁଠି କାଟି ଦେଇଥିଲେ। ଏଥିରେ ଭୟଭୀତ ହୋଇ ୫ଜଣ ଶ୍ରମିକ ଲୁଚି ପଳାଇ ଆସିଥିବା ବେଳେ ଅନ୍ୟ କେତେ ଜଣ ସେଠାରେ ରହି ଯାଇଥିଲେ। ଏକଥା ଜାଣିବା ପରେ ସେମାନଙ୍କ ଉଦ୍ଧାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଥିଲା। ସେମାନଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିଲା।  

Leave A Reply