ଖୋଲା ଫାଟକରେ ଚାଲୁଛି ଟ୍ରେନ୍, ତଦନ୍ତ ପରେ ଦୁଇ ରେଳ କର୍ମଚାରୀଙ୍କୁ ସସପେଣ୍ଡ କଲା ପୂର୍ବତଟ ରେଳବାଇ

0

ପୁରୀ: ବର୍ତ୍ତମାନ ସାଧାରଣ ଲୋକେ ସଚେତନ ହେଉଥିବା ବେଳେ ରେଳ ବିଭାଗ କର୍ମଚାରୀ ସଚେତନ ନୁହଁନ୍ତି । ଯାହା ଏହି ଭିଡିଓ ବୟାନ କରୁଛି । ଏଭଳି ଦୃଶ୍ୟ ଶନିବାର ସକାଳେ ପୁରୀ ମାଳତିପଡା ଲେବୁଲ କ୍ରସିଂରେ ଦେଖିବାକୁ ମିଳିଛି । ରେଳ ବିଭାଗର ବେପରୁଆ ଢଙ୍ଗରେ ରେଳ ଚଳାଚଳକୁ ନେଇ ସଙ୍ଗୀନ ଅଭିଯୋଗ ଆସିଛି । ପୁରୀ ମାଳତିପଡା ଲେବୁଲ କ୍ରସିଂର ଫାଟକ ଖୋଲା ରହିଥିବା ବେଳେ ସେହି ବାଟ ଦେଇ ଦ୍ରୁତଗ୍ରାମୀ ଟ୍ରେନ ତପସ୍ୱିନୀ ଏକ୍ସପ୍ରେସ୍ ଅତିକ୍ରମ କରୁଛି । ଫାଟକର ଉଭୟ ପାର୍ଶ୍ବରେ ଅନେକ ଗାଡି ଓ ଲୋକେ ଠିଆ ହୋଇ ରହିଥିବା ବେଳେ ଫାଟକ ପଡି ନାହିଁ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଜୀବନ ହାନି ହେବାର ଆଶଙ୍କା ରହିଛି। ଫାଟକରେ କର୍ମଚାରୀ ଥିଲେ ନା ଏହା ଏକ ଜଗୁଆଳିବିହୀନ ଫାଟକ ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

ଅନ୍ୟପଟେ ପୂର୍ବତଟ ରେଳବାଇ ବିଭାଗ ପକ୍ଷରୁ ଏହି ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି । ଏଥିରେ କୌଣସି ଅଘଟଣ ଘଟି ନଥିଲେ ମଧ୍ୟ ପୁରୀ ଡିଆରଏମଙ୍କୁ ପୂର୍ବତଟ ରେଳବାଇ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ପରେ ଦୁଇ ରେଳ କର୍ମଚାରୀଙ୍କୁ ସସପେଣ୍ଡ କରିଦିଆଯାଇଥିବା ଜଣାପଡିଛି।

Leave A Reply