ରୋହିତ ଶର୍ମାଙ୍କ ପାଇଁ ବଦଳିଲା ଫୁଟବଲର ଏହି ପୁରୁଣା ପରମ୍ପରା

ପ୍ରଥମ ଭାରତୀୟ କ୍ରିକେଟର ଭାବେ ଫୁଟବଲ୍ ବ୍ରାଣ୍ଡ ଆମ୍ବାସଡର

ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ ଫୁଟବଲ୍ କ୍ଲବ ସ୍ପେନର ‘ଲା ଲିଗା’ ଭାରତୀୟ କ୍ରିକେଟ ଦଳର ଓପନର ରୋହିତ ଶର୍ମାଙ୍କୁ ଭାରତରେ ତାହାର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ଦେଇଛି । ରୋହିତ ପ୍ରଥମ କ୍ରିକେଟର ଭାବେ ‘ଲା ଲିଗା’ର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଛନ୍ତି। ଏହାପୂର୍ବରୁ ସର୍ବଦା ଫୁଟବଲ ଖେଳାଳି ହିଁ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୁଅନ୍ତି। କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଫୁଟବଲ ଖେଳାଳି ନହୋଇ ରୋହିତ ଶର୍ମା ଏହି ପଦରେ ଅଧିଷ୍ଠିତ ହୋଇଛନ୍ତି।

 

ସ୍ପେନର ‘ଲା ଲିଗା’ କ୍ଲବ ମଧ୍ୟ ପ୍ରଥମଥର ପାଇଁ ଜଣେ ବ୍ରାଣ୍ଡ ଆମ୍ବାସଡର ବାଛିଛନ୍ତି ଯିଏ ଫୁଟବଲ ଖେଳାଳି କିମ୍ବା ଫୁଟବଲ କ୍ଷେତ୍ରର ସହ ଜଡିତ ନୁହଁନ୍ତି। ଏହା କ୍ଲବର ଇତିହାସରେ ମଧ୍ୟ ପ୍ରଥମ ଥର ହୋଇଛି। ୨୦୧୭ ମସିହାରୁ ‘ଲା ଲିଗା’ କ୍ଳବ ଭାରତରେ ଫୁଟବଲର ପ୍ରଚାର ଏବଂ ପ୍ରସାର ପାଇଁ ବହୁ ପଦକ୍ଷେପ ନେଇଛି।
‘ଲା ଲିଗା’ କ୍ଲବ ସହ ଯୋଡି ହେବାପରେ ବହୁତ ଖୁସିଥିବା କହିଛନ୍ତି ରୋହିତ। ସେ କହିଛନ୍ତି ‘ଲା ଲିଗା’ ସ୍ପେନର କ୍ଲବ ହୋଇ ମଧ୍ୟ ଭାରତରେ ଫୁଟବଲ ଖେଳର ପ୍ରସାର ପାଇଁ ବିଭିନ୍ନ କାର୍ୟ୍ୟକୁ ହାତକୁ ନେବା ପଦକ୍ଷେପ ପ୍ରଶଂସନୀୟ। ଭାରତରେ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ନିଜ ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରିବି ବୋଲି କହିଛନ୍ତି ରୋହିତ।

Comments are closed.