କିଙ୍ଗସ୍‌ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା : ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

ସାରଜା : ଚଳିତ ଆଇପିଏଲର ନବମ ମ୍ୟାଚରେ ରବିବାର କିଙ୍ଗସ୍‌ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହୋଇଛନ୍ତି। ଆଜିର ମ୍ୟାଚରେ ରାଜସ୍ଥାନର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଲୋକେଶ ରାହୁଲଙ୍କ ନେତୃତ୍ବାଧୀନ କିଙ୍ଗ୍‌ସ୍‌ ଏକାଦଶ ପଞ୍ଜାବ ପରାଜୟ ସହ ସିଜିନ୍‌ ଆରମ୍ଭ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଥିଲା। ଅନ୍ୟପକ୍ଷରେ ବିଜୟ ସହ ସିଜିନ୍ ଆରମ୍ଭ କରିଥିବା ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ବିଜୟ ଧାରାକୁ ବଜାୟ ଲାଗି ଉଦ୍ୟମ କରିବ। ଭାରତୀୟ କ୍ରିକେଟର ଭବିଷ୍ୟତ ଅଧିନାୟକ ଭାବେ ଅବଗଣନା କରାଯାଉଥିବା ରାହୁଲଙ୍କ ନେତୃତ୍ବାଧୀନ ପଞ୍ଜାବ ପ୍ରଥମ ମ୍ୟାଚରେ ଅପ୍ରତ୍ୟାଶିତ ଭାବେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ପରାଜୟ ବରଣ କରିଥିଲା। ଦ୍ବିତୀୟ ମ୍ୟାଚରେ ଦଳ ଶକ୍ତିଶାଳୀ ଚେନ୍ନଇ ସୁପରକିଙ୍ଗ୍‌ସକୁ ପରାସ୍ତ କରିଥିବାରୁ ମନୋବଳ ଉଚ୍ଚରେ ରହିଛି।

Comments are closed.