ମୟଙ୍କ ଅଗ୍ରୱାଲଙ୍କ ଶତକ; ରାଜସ୍ଥାନ ପାଇଁ ୨୨୪ରନର ବିଶାଳ ବିଜୟ ଲକ୍ଷ୍ୟ

ସାରଜା : ଚଳିତ ଆଇପିଏଲର ନବମ ମ୍ୟାଚରେ ରବିବାର କିଙ୍ଗସ୍‌ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହୋଇଛନ୍ତି। ଆଜିର ମ୍ୟାଚରେ ରାଜସ୍ଥାନର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିଙ୍ଗସ୍‌ ଏକାଦଶ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ପାଇଁ ବିଶାଳ ୨୨୪ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ ୫୦ବଲରୁ ଧୂଆଁଧାର ୧୦୬ରନ୍ ସଂଗ୍ରହ କରିଛନ୍ତି। ସେହିଭଳି ଅଧିନାୟକ କେଏଲ୍ ରାହୁଲ ମଧ୍ୟ ୫୪ବଲ୍ ଖେଳି ୬୯ରନ୍ ସଂଗ୍ରହ କରିଛନ୍ତି।

 

Comments are closed.