କାଉଡ଼ିଆଙ୍କ ଉପରେ ପୁଷ୍ପବୃଷ୍ଟି ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ

0

ନୂଆଦିଲ୍ଲୀ : ପିବତ୍ର ଶ୍ରାବଣ ମାସରେ ଶିବଭକ୍ତ କାଉଡ଼ିଆଙ୍କ ଉପରେ ହେଲିକପ୍ଟର ଯୋଗେ ପୁଷ୍ପବୃଷ୍ଟି ନିମନ୍ତେ ଉତ୍ତରପ୍ରଦେଶ ସରକାର ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମିରଟ ଏବଂ ଆଖପାଖ ଅଞ୍ଚଳରେ ଶୈବପୀଠଗୁଡିକରେ ପାଣି ଢାଳିବାକୁ ଯାଉଥିବା କାବଡ଼ିଆଙ୍କ ଉପରେ ହେଲିକପ୍ଟର ଯୋଗେ ପୁଷ୍ପ ବୃଷ୍ଟି କରାଯାଉଥିବାର ଫଟୋ ଏବଂ ଭିଡିଓ ମିଟର ଜୋନ୍‍ର ଅତିରିକ୍ତ ପୁଲିସ ମହାନିର୍ଦେଶକ (ଏଡିଜି) ପ୍ରଶାନ୍ତ କୁମାର ଏବଂ କମିସନର ଚନ୍ଦ୍ର ପ୍ରକାଶ ତ୍ରିପାଠୀ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ସରକାର ସମ୍ପୂର୍ଣ୍ଣ ଜ୍ଞାତସାରରେ ଚାଲିଛି ହେଲିକପ୍ଟର ଦ୍ୱାରା ଏହି ପୁଷ୍ପବୃଷ୍ଟି କାର୍ଯ୍ୟକ୍ରମ। ଏ ନେଇ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ୨୭ରେ ବିଧିବଦ୍ଧ ଭାବେ ଏକ ନିର୍ଦେଶନାମା ଜାରି କରାଯାଇଛି। ଅଗଷ୍ଟ ୭ରୁ ୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ମିରଟ ଓ ଏହାର ଆଖପାଖ ଅଞ୍ଚଳର କାଉଡ଼ିଆଙ୍କ ଉପରେ ହେଲିକପ୍ଟର ମାଧ୍ୟମରେ ଦୃଷ୍ଟି ରଖିବାକୁ ସରକାରୀ ନିର୍ଦେଶନାମାରେ ଉଲ୍ଲେଖ ରହିଛି। ଜୁଲାଇ ୨୮ରେ କାଉଡି଼ ଯାତ୍ରାକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସମାନ ଭାବେ ପୁଷ୍ପବୃଷ୍ଟି କରିଥିଲେ; କିନ୍ତୁ ଉତ୍ତର ପ୍ରଦେଶ ପୁଲିସର ଏଡିଜି ଏବଂ କମିସନରଙ୍କ ପୁଷ୍ପବୃଷ୍ଟି ଘଟଣାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ହେଲିକପ୍ଟରରେ ବସି ସରକାରୀ ଦାୟିତ୍ୱ ନିର୍ବାହ ବେଳେ ସେମାନେ କାଉଡ଼ିଆଙ୍କ ଉପରେ ଫୁଲ ବର୍ଷା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

Leave A Reply