କୁସୁମଡିହିରେ ସଞ୍ଚୟ ମେଳା

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ଝାଙ୍କରପାଲି ପଞ୍ଚାୟତର କୁସୁମଡିହି ଠାରେ ଆଜି ସଞ୍ଚୟ ମେଳା ଅନୁଷ୍ଠିତ ହୋଇଯାଇଛି। ମାନବ ଅଧିକାର ସେବା ସମିତି (ମାସ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଣିଧନ ନିରୀକ୍ଷକ ପ୍ରଭାତି ଧର, ଟାମ୍ପରପରକେଲା ପଞ୍ଚାୟତର ସରପଞ୍ଚ ସନାତନ ସାହୁ, ଟାମ୍ପର କେଲା ପଞ୍ଚାୟତର ପି.ଇ.ଓ ପିଛାଲୁ ଭୋଇ, ଉଦ୍ୟାନ ବିଭାଗର ରାଜେନ୍ଦ୍ର ଭୋଇ, କିଶୋର ସାହୁ .ମାସ୍ ର ଯୁଗ୍ମ ସମ୍ପାଦିକା ତୁଲସୀ ଓରାମ ପ୍ରମୁଖ ଯୋଗ ଦେଇ ନାରୀ ସଶକ୍ତିକରଣ ଏବଂ ସଞ୍ଚୟର ଉପାଦେୟତା ଏବଂ ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ଏହାର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି, ମାନେଶ୍ୱର ଏବଂ ଯୁଯୁମୁରା ବ୍ଳକ୍ ର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ର ଶତାଧିକ ସଭ୍ୟା ଅଂଶ ଗ୍ରହଣ କରିଥିଲେ। ମାସ୍ ର କର୍ମକର୍ତ୍ତା ମୁରାରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ତୁଳସୀବଲ୍ଲଭ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁଦେବ ପ୍ରଧାନ,ଜାହ୍ନବୀ ମିଶ୍ର,ଆନ୍ଦ ଜୁଏଡ୍.ସସ୍ମିତା ପୁହାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।