କୁଶଙ୍ଗ ବନ୍ୟପ୍ରାଣୀ ବିଭାଗର ସଚେତନତା କର୍ମଶାଳା

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେଥିବା କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମହାଲ୍ଲିକପଡା ପଂଚାୟତର ସିରିପାଜୁ ଏବଂ ଗେରେଡିସାହିରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦଗାତା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗ୍ରାମବାସୀଙ୍କୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ  ସଚେତନତା କରିବା ସହିତ ସହଯୋଗ କରିବା ପାଇଁ ଆହ୍ୱାନ କରିଥିଲେ। ଏହା ସହିତ ବିଭାଗ ପକ୍ଷରୁ ସେମାନଙ୍କ ଜୀବିକାନିର୍ବାହ ପାଇଁ ଗ୍ରାମବାସୀ ଆବଶ୍ୟକତା କରୁଥିବା ସହଯୋଗ ବିଷୟରେ ପଚାରିଥିଲେ। ଜୀବିକାନିର୍ବାହ ପାଇଁ ନିୟମପରିସରରେ ରହିଥିବା ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଡି.ଏଫ.ଓ କହିଥିଲେ। ଏହି କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ଡି.ଏଫ.ଓଙ୍କ ସହିତ କୁଶଙ୍ଗ ରେଞ ଅଫିସର ପ୍ରଦୀପ ଭୁତିଆ, ବନ୍ୟପ୍ରାଣୀ ଫରେଷ୍ଟର ବ୍ରଜରାଜ ବିଶ୍ୱାଳ,ବନରକ୍ଷୀ ରୀନା ନାଏକ ପ୍ରମୁଖଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ।

Comments are closed.