କୁଶଳେନ୍ଦ୍ର କିଶୋର ଖାଡଙ୍ଗା ପୂର୍ବତଟ ରେଳପଥର ନୂଆ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ

ଭୁବନେଶ୍ୱର : ପୂର୍ବତଟ ରେଳପଥର ନୂଆ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ (ସିପିଆର୍‌ଓ) ଭାବେ କୁଶଳେନ୍ଦ୍ର କିଶୋର ଖାଡଙ୍ଗା ଦାୟିତ୍ବ ଗ୍ରହଣ କରିଛନ୍ତି । ଏହାପୂର୍ବରୁ ସେ ରେଳବାଇର ମଞ୍ଚେଶ୍ବରସ୍ଥିତ ୱାର୍କଶପ୍‌ଠାରେ ଡେପୁଟି ଚିଫ୍‌ ମେକାନିକାଲ ଇଞ୍ଜିନିୟର ରହିଥିଲେ । ଶ୍ରୀ ଖାଡଙ୍ଗା ଜାପାନସ୍ଥିତ ଟୋକିଓର ୱାସେଦା ବିଶ୍ବବିଦ୍ୟାଳୟରୁ ଏମ୍‌. ​ଟେକ୍‌ କରିଛନ୍ତି ।

ସେ ଭାରତୀୟ ରେଳସେବା ମେକାନିକାଲ ଇଞ୍ଜିନିୟର (ଆଇଆର୍‌ଏସ୍‌ଏମ୍‌ଇ) କ୍ୟାଡରର ୨୦୧୦ ବ୍ୟାଚ୍‌ ଅଧିକାରୀ । ବିଶାଖାପାଟଣାସ୍ଥିତ ଡିଜେଲ ଲୋକୋ ସେଡ୍‌ଠାରେ ଶ୍ରୀ ଖାଡଙ୍ଗା ଏଡିଏମ୍‌ଇ ଓ ଡିଏମ୍‌ଇ ଭଳି ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଜାଇକା ଅଧିନରେ ମେକ୍ସଟ ସ୍କଲାରଶିପ୍‌ ପାଇଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଟୋକିଓଠାରେ ୨ବର୍ଷିଆ ମାଷ୍ଟର୍ସ ଇନ୍‌ ହାଇସ୍ପିଡ୍‌ ରେଲ ନିମନ୍ତେ ମନୋନୀତ କରାଯାଇଛି ।ଜାପାନରୁ ଫେରିବା ପରେ ସେ ଖୋର୍ଦ୍ଧାରୋଡ ଡିଭିଜନ୍‌, ପୁରୀ କୋଚିଂ ଡିପୋ ଏବଂ ପୂର୍ବତଟ ​‌ରେଳପଥ ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି । ଶ୍ରୀ ଖାଡଙ୍ଗାଙ୍କର ଟେକ୍ନୋଲୋଜିରେ ନୂତନତ୍ବ ଆଣିବାରେ ଏବଂ କ୍ରୀଡାରେ ବିଶେଷ ରୁଚି ରହିଛି ।

 

Comments are closed.