ଶ୍ରୀଲଙ୍କା ଦିନିକିଆ ଦଳରୁ ବାଦ୍‍ ପଡ଼ିଲେ କୁଶଳ ପରେରା

0

କଲମ୍ବୋ : ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ୫ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ୨ଟି ମ୍ୟାଚ୍‍ ଶେଷ ହୋଇଛି। ବାକି ଥିବା ୩ଟି ମ୍ୟାଚ୍‍ରୁ ଶ୍ରୀଲଙ୍କା ଦଳର ମଧ୍ୟଭାଗ ବ୍ୟାଟସମ୍ୟାନ୍‍ କୁଶଳ ପରେରା ବାଦ୍‍ ପଡ଼ିଥିବା ଜଣାପଡ଼ିଛି। ଶନିବାର ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ କୁଶଳ ୩୦ ରନ୍‍ ସଂଗ୍ରହ କରିଥିଲେ। ତେବେ ଜଂଘର ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ବାକିଥିବା ଦିନିକିଆ ମ୍ୟାଚ୍‍ରୁ ବାଦ୍‍ ପଡ଼ିଛନ୍ତି। କୁଶଳଙ୍କ ସ୍ଥାନରେ ସାଦେରା ସମରୱିକରାମାଙ୍କୁ ଶ୍ରୀଲଙ୍କା ଦଳରେ ସାମିଲ କରାଯାଇଛି। ସେହିପରି ଇଂଲଣ୍ଡ ଦଳର ଅଲରାଉଣ୍ଡର ଲିଆମ୍‍ ଡ’ସନ୍‍ ଆଘାତପ୍ରାପ୍ତ ହୋଇ ସ୍ୱଦେଶ ଫେରି ଯାଇଛନ୍ତି। ଶନିବାର ବୋଲିଂ କରୁଥିବା ଡ’ସନ୍‍ଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା। ତାଙ୍କୁ ଅଧିକ ଚିକିତ୍ସା ଆବଶ୍ୟକ ଥିବାରୁ ସ୍ୱଦେଶ ପଠାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଜୋ ଡେନ୍‍ଲିଙ୍କୁ ଇଂଲଣ୍ଡ ଦଳରେ ସାମିଲ କରାଯାଇଥିବା ଜଣାପଡ଼ଇଛି। ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍‍ ଆସନ୍ତା ବୁଧବାର ଖେଳାଯିବ। ୫ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ବ୍ୟତୀତ ଦୁଇ ଦେଶ ମଧ୍ୟରେ ୩ଟି ଟେଷ୍ଟ ଓ ଗୋଟିଏ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳାଯିବ।

Leave A Reply