କୁର୍ଲାରେ ମାଗାଣା ସ୍ୱାସ୍ଥ୍ୟ ଶିବିର

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ଅନ୍ତର୍ଗତ ସାଳଡ ଗ୍ରାମ ପଞ୍ଚାୟତ ର କୁର୍ଲା ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମଲେଶ୍ୱରୀ ହସ୍ପିଟାଲ୍ ଏବଂ ମଉଲା ଭଣଜା କ୍ଳବ୍ ର ମିଳିତ ଆନୁକୂଲ୍ୟ ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିର ରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୪୮ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ଏବଂ ଡାକ୍ତରୀ ପରାମର୍ଶ ପ୍ରଦାନ କରାଯାଇଥିଲା। ଡା.ଜୟନାରାୟଣ ନନ୍ଦ,ଡାସ. ସମଲେଶ୍ୱରୀ ହସ୍ପିଟାଲ୍ ର ପ୍ରୋପାଇଟର୍ ଡା.ସନ୍ତୋଷ କୁମାର ସିଂହ. ଡା. ଅଭିଜିତ ଶର୍ମା,ଡା.ଗିରିଜା ଶଙ୍କର ସାହୁ,ଡା. ସ୍ମୃତି ଅଗ୍ରଓାଲ୍ ଯୋଗ ଦେଇ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଶିକ୍ଷକ ବିଷ୍ଣୁମୋହନ ସାହୁ ଏବଂ ସମଲେଶ୍ୱରୀ ହସ୍ପିଟାଲ୍ ର ରଶ୍ମିତା ବେହେରା,କୁମୁଦିନି କିଶାନ,ନିବେଦିତା ଦୀପ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

Comments are closed.