‘କୁରକୁରେ’ରେ ପ୍ଲାଷ୍ଟିକ୍‍ ନାହିଁ : ପେପସି କୋ

0

ନୂଆଦିଲ୍ଲୀ : କୁର୍‍କୁରେ ପ୍ଲାଷ୍ଟିକ ନାହିଁ। ମାତ୍ର ବିଭିନ୍ନ ସାମାଜିକ ଗଣ ମାଧ୍ୟମେରେ ଏ ନେଇ ମିଛ ଖବର ପ୍ରକାଶିତ ହେଉଥିବାରୁ କମ୍ପାନୀକୁ କ୍ଷତି ସହିବାକୁ ପଡିଛି ବୋଲି ପେପସି କୋ ପକ୍ଷରୁ କୁହାଯାଇଛି। ଏ ନେଇ ନୂଆଦିଲ୍ଲୀ ହାଇକୋର୍ଟରେ ପେପସି କୋ ଇଣ୍ଡିଆ ତରଫରୁ ବିଭିନ୍ନ ସାମାଜିକ ଗଣମାଧ୍ୟମଙ୍କ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଛି। ଫେସସ୍ୱୁକ୍‍ , ଟ୍ୱିଟର ସହ ଗୁଗୁଲ ପରି ସାମାଜିକ ଗଣମାଧ୍ୟମଙ୍କ ଠାରୁ କମ୍ପାନୀ ୨.୧ କୋଟି ଟଙ୍କା କ୍ଷତି ପୂରଣ ଦାବି କରିଛି।
ସାମାଜିକ ଗଣମାଧ୍ୟମରେ ବହୁଦିନ ଧରି ଏକ ପୋଷ୍ଟ ସେୟାର ହୋଇଚାଲିଛି ବୋଲି କମ୍ପାନୀ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ଦିଆଯାଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି। ‘କୁରକୁରେ’ରେ ପ୍ଲାଷ୍ଟିକ ବ୍ୟବହାର କରାଯାଉଥିବା ଏହି ପୋଷ୍ଟରେ କୁହାଯାଇଛି , କୌଣସି ବ୍ୟକ୍ତି ଯଦି କୁରକୁରେକୁ ଜଳାଇ ଦିଅନ୍ତି ସେଥିରେ ପ୍ଲାଷ୍ଟିକ ପରି ତଳକୁ ଖସି ପଡିବା ଦୃଶ୍ୟ ମଧ୍ୟ ସାମାଜିକ ଗଣମାଧ୍ୟରେ ଭାଇରାଲ ହୋଇଥିଲା।
ଯେଉଁ ଲୋକମାନେ ସାମାଜିକ ଗଣମାଧ୍ୟମ ଏହାର ପ୍ରଚାର କରିଥିଲେ, ସେହି ଲୋକମାନଙ୍କ ବିଷୟରେ ସୋସିଆଲ ମିଡିଆ କମ୍ପାନୀମାନେ ସୂଚନା ଦେବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ସଂସ୍ଥା ଏମାନଙ୍କର ନାମ, ପଦବି, ମୋବାଇଲ ନମ୍ବର, ବୟସ, ଓ ଇମେଲକୁ ବନ୍ଦ ଲଫାପାରେ ଦେବାକୁ କୁହାଯାଇଛି। ଏପରି ମିଛ ଖବର ପୋଷ୍ଟ କରିଥିବା ଲୋକଙ୍କୁ ଦରକାର ପଡିଲେ ଅଦାଲତରେ ହାଜର ହେବାକୁ ପଡିପାରେ। ପୂର୍ବରୁ ଏପରି ପୋଷ୍ଟକୁ ସାମାଜିକ ଗଣମାଧ୍ୟମରୁ ହଟାଇବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏହାକୁ ହଟାଯାଇ ନଥିବା ପେସ୍ପିକୋ କହିଛି। ହାଇକୋର୍ଟ ଏହି ଖବର ସମ୍ବନ୍ଧିତ ସମସ୍ତ ପେଷ୍ଟ, ଲିଙ୍କ, ୟୁଆରଏଲ, କମେଣ୍ଟକୁ ହଟାଇ ଦେବାପାଇଁ ନିର୍ଦେଶ ଦେଇଛନ୍ତି।

Leave A Reply