ଜାମ୍ମୁ କାଶ୍ମୀର : ୨ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର କୁପୱାଡା ପୁଲିସ ଗୁରୁବାର ଜୈଶ-ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସେମାନଙ୍କଠାରୁ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି ବୋଲି ପୁଲିସ କହିଛି।

ଏହି ୨ଜଣ ସୋପୋରର ବାସିନ୍ଦା ୱାସିମ ଇସ୍ରାଦରା ଗାବ୍ରୁ (୨୩) ଏବଂ ମେହରାଜୁଦ୍ଦିନ ୱାନି (୨୧) ବୋଲି ଜଣାପଡିଛି। ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରିଛି।

ପୁଲିସ ସୂଚନା ପାଇଥିଲା ଯେ ସୋପୋରରେ ରହୁଥିବା ଦୁଇ ଆତଙ୍କବାଦୀ କୁପୱାଡା ଯାଉଛନ୍ତି। କୁପୱାଡାରେ ଦୁହେଁ କିଛି ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଯାଉଥିଲେ। ଏଥି ସହିତ ସେ ନିଜ ସଂଗଠନ ପାଇଁ କିଛି ଯୁବକଙ୍କୁ ନିଯୁକ୍ତି କରିବାକୁ ଯାଉଥିଲେ।

ସୂଚନା ପାଇବା ମାତ୍ରେ କୁପୱାଡା ପୁଲିସ ଏବଂ ୪୭ ଆରଆର ଟିମ୍ ସୋପୋରରୁ କୁପୱାଡା ଅଭିମୁଖେ ଯାଉଥିବା ରାସ୍ତାରେ ବ୍ଲକିଂ ଆରମ୍ଭ କରିଥିଲେ। ଏହି ସମୟରେ କାରରେ ଯାଉଥିବା ଉଭୟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା।

ସେମାନଙ୍କଠାରୁ ଗୋଟିଏ ଏକେ-୪୭ ବନ୍ଧୁକ, ଗୋଟିଏ ଏକେ ମ୍ୟାଗଜିନ, ଦୁଇଟି ଗ୍ରେନେଡ, ୩୦ ଏକେ ରାଉଣ୍ଡ ଏବଂ ସାତ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ କୁପୱାଡା ଥାନାରେ ଇଣ୍ଡିଆନ୍ ଆର୍ମସ୍ ଆକ୍ଟ ଏବଂ ୟୁଏପିଏ ଅନୁଯାୟୀ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।

Comments are closed.