କୁପୱାଡାରେ ନାର୍କୋ-ଟେରରର ପର୍ଦ୍ଦାଫାଶ : ୬୫ କୋଟିର ହେରୋଇନ୍ ଜବତ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ପୋଲିସ ଏବଂ ସେନାକୁ ଏକ ବଡ଼ ସଫଳତା ହାସଲ ମିଳିଛି। ସୁରକ୍ଷା ବାହିନୀର ମିଳିତ ଦଳ ନାର୍କୋ-ଆତଙ୍କ ମଡ୍ୟୁଲକୁ ନଷ୍ଟ କରିଛନ୍ତି। ଦୁଇ ଆତଙ୍କବାଦୀଙ୍କ ସହାୟକଙ୍କଠାରୁ ୧୩.୫ କି.ଗ୍ରା ହେରୋଇନ୍ ଉଦ୍ଧାର କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୬୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହା ସହ ୨ଟି ପିସ୍ତଲ ଏବଂ ୪ଟି ଗ୍ରେନେଡ ମଧ୍ୟ ଉଦ୍ଧାର କରାଯାଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହା ପୂର୍ବରୁ, ଚଳିତ ମାସ ୧୧ ତାରିଖ ଦିନ, ହଣ୍ଡୱାରା ପୁଲିସ ପାକିସ୍ତାନ ପ୍ରାୟୋଜିତ ନାର୍କୋ-ଆତଙ୍କବାଦୀ ମଡ୍ୟୁଲକୁ ନଷ୍ଟ କରିଥିଲା। ଏହି ସମୟରେ ତିନି ଜଣ ଲଶ୍କର-ଇ-ତୋଇବା ସହାୟକଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ସହାୟକମାନେ ପାକିସ୍ତାନରେ ସେମାନଙ୍କ ଗୁରୁମାନଙ୍କ ସହ ଯୋଗାଯୋଗରେ ଥିଲେ। ସେମାନଙ୍କଠାରୁ ୨୧ କିଲୋଗ୍ରାମ ହେରୋଇନ୍ ଏବଂ ୧.୩୪ କୋଟି ଭାରତୀୟ ଟଙ୍କା ଉଦ୍ଧାର କରାଯାଇଥିଲା।
ଗିରଫ ଆତଙ୍କବାଦୀଙ୍କ ସହାୟକମାନେ ମୋମିନ ପୀର, ଇସଲାମ-ଉଲ-ହକ ପୀର ଏବଂ ସୟଦ ଇଫତିକର ଇନ୍ଦ୍ରାବୀ ବୋଲି ଜଣାପଡିଛି। ଏହି ତିନିଜଣ ହଣ୍ଡୱାରାର ବାସିନ୍ଦା ଥିଲେ। ଏହି ସମସ୍ତେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ସହିତ ଉପତ୍ୟକାର ଯୁବକମାନଙ୍କ ଜୀବନରେ ବିଷ ଭରି ଦେଇଥିଲେ।
ହଣ୍ଡୱାରା ନାର୍କୋ ଆତଙ୍କ ମଡ୍ୟୁଲ ମାମଲାର ଏନଆଇଏ ଯାଞ୍ଚ କରିବ। ଗୃହ ମନ୍ତ୍ରଣାଳୟ ଏନଆଇଏ ଯାଞ୍ଚକୁ ଅନୁମୋଦନ କରିଛି। ଭାରତୀୟ ଦଣ୍ଡବିଧି ସଂହିତା ଏବଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନର ୧୨୦ ବି ଅନୁଯାୟୀ ଏନଡିପିଏସ ଅଧିନିୟମ ଅନୁଯାୟୀ ଏକ ନୂତନ ମାମଲା ଦାୟର କରିବାକୁ ମନ୍ତ୍ରଣାଳୟ ଏନଆଇଏକୁ କହିଛି।

Comments are closed.