କୁନ୍ତରା ଓ କୁସୁମୀ ହଟସ୍ପଟରେ ପରିଣତ: ବିବାହ, ଦଶାହ ଓ ଧର୍ମକାର୍ଯ୍ୟରୁ ବୃଦ୍ଧି ପାଉଛି ସଂକ୍ରମଣ

କୁଚିଣ୍ଡାର ବହୁ ପଦାଧିକାରୀ କରୋନା ସଂକ୍ରମିତ , ସରକାରୀ ଦପ୍ତର ଖାଲି !

କୁଚିଣ୍ଡା: ଦେଶରେ ସମ୍ବଲପୁର ଜିଲା ଏକ ହଟସ୍ପଟ ଭାବେ ଚର୍ଚ୍ଚା ହେଉଥିବା ବେଳେ ସଂପ୍ରତି କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁନ୍ତରା ଓ କୁସୁମୀ ଅଞ୍ଚଳ ହଟସ୍ପଟ ଭାବେ ପରିଣତ ହୋଇଥିବା ଦେଖାଯାଇଛି। ଗତକାଲିର ପରୀକ୍ଷା ରିପୋର୍ଟ ସମସ୍ତଙ୍କୁ ଚକିତ ଓ ଭୟଭୀତ କରିଥିବା ବେଳେ ପ୍ରଶାସନ ନିରବତା ଯୋଗୁଁ ଅôଧକ ସଂଗୀନ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଦିବାସୀ ବହୁଳ କୁଚିଣ୍ଡା ଉପଖଣ୍ଡ ବଣପାହାଡ ଓ ଶାନ୍ତ ଅଞ୍ଚଳ ଭାବେ ପରିଚିତ। ଗତବର୍ଷ ଏଠାରେ ଗ୍ରାମାଞ୍ଚଳ ଜୀବନ ସଂପୂର୍ଣ୍ଣ ସ୍ୱଭାବିକ ରହିଥିଲା। ଗାଁ ଲୋକ ଯଥାରିତି ଚାଷବାସ କରିବା ସହ ଜଙ୍ଗଲଜାତ ସଂଗ୍ରହ କରି ପାରୁଥିଲେ। ସଂକ୍ରମଣ ହାର କମ ରହିଥିବା ସତ୍ତ୍ବେ ବିଭିନ୍ନ ଅଞ୍ଚଳରେ ପୁଲିସ ର ଦାଉ ସେତେବେଳ ଚର୍ଚ୍ଚାର ବିଷୟ ହୋଇଥିଲା। ମାତ୍ର ଚଳିତ ବର୍ଷ ସରକାରୀ ସ୍ତରରେ ଢିଲା ରହିବା ଯୋଗୁଁ ସଂକ୍ରମଣ ଆଶାତୀତ ବୃଦ୍ଧି ପାଇଛି। କୁସୁମୀ,କୁନ୍ତରା ଅଞ୍ଚଳରେ ମୃତ୍ୟୁ ହାରମଧ୍ୟ ବୃଦ୍ଧି ଘଟିଥିବା କୁହାଯାଉଛି। ଗତ ଏକ ମାସ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ୧୦ରୁ ଉର୍ଦ୍ଧଙ୍କର ଜୀବନ ହାନୀ ଘଟିଥିବା କୁହାଯାଉଛି। ସେଥିମଧ୍ୟରୁ ୨୮ରୁ ୪୦ବର୍ଷ ବୟସର ଅଧିକ ରହିଥିବା କୁହାଯାଉଛି। ଆଜି କୁଚିଣ୍ଡା ବ୍ଲକରେ ୭୩ଜଣଙ୍କର ପଜିଟିଭ ଆସିଥିବା ଜଣାଯାଇଛି। ସେଥିରୁ କୁସୁମୀ,କୁନ୍ତରା,ନିକ୍ତିମାଲ,ଖଇରାବାହାଲ, ଟାଇଁସର,ଗନମୁଣ୍ଡା,ପଣ୍ଡରିପଥର ଆଦି ଗ୍ରାମର ରହିଥିବା ଜଣାଯାଇଛି। କୁଚିଣ୍ଡାର କେବଳ ୧୫ଜଣଙ୍କର ରହିଥିବା କୁହାଯାଉଛି। ଜିଲା ରିପୋର୍ଟ ଆଧାରରେ କୁହାଯାଉଥିଲେ ମଧ୍ୟ ଏହାର ସଂଖ୍ୟା ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଅନେକ ସ୍ଥାନରେ ଲୋକେ ପରୀକ୍ଷା ନକରି ନିଜେ ନିଜେ ଚିକିତ୍ସିତ ହେଉଥିବା ଯୋଗୁଁ କୁୁସୁମୀ ଓ କୁନ୍ତରା ଏବଂ ଆଖପାଖ ଅଞ୍ଚଳରେ ଦୁଇ ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷେ ସଂପୃକ୍ତ ଅଞ୍ଚଳରେ କଡାକଡି ନିୟମ ପାଳନ ହେଉନଥିବା ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି। ବିଶେଷ କରି ଏପରି ଘଡିସନ୍ଧି ସମୟରେ ମଧ୍ୟ ଆତ୍ମୀୟଙ୍କ ପରଲୋକରେ ମଧ୍ୟ ଦଶାହ, କାମ କରାଯାଉଛି। ଏପରିକି ବିବାହ, ବ୍ରତ ଆଦି କରିବା ଏବଂ ବିନା ମାସ୍କରେ ରହିବା ସହ କୋଭିଡ କଟକଣା ପାଳନ କରାଯାଉନଥିବା ଯୋଗୁଁ ସଂକ୍ରମଣ ହାର ବୃଦ୍ଧି ଘଟୁଥିବା କୁହାଯାଉଛି। ଏଦିଗରେ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେବା ସହ କଟକଣାକୁ କଠୋର କରିବା ଆବଶ୍ୟକ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଉଛି।

 

କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାରେ ସଂପ୍ରତି ଅଫିସ ମହଲରେ ସଂକ୍ରମଣ ବୃଦ୍ଧି ପାଇଥିବା ଦେଖାଯାଉଛି। କୁଚିଣ୍ଡା ଉପଜିଲାପାଳ ପବିତ୍ର ବେହେରା,ଉପଖଣ୍ଡ ପୁଲିସ ଅଧିକାରୀ ରାଜକିଶୋର ମିଶ୍ର, ପୂର୍ବରୁ ଆକ୍ରାନ୍ତ ହୋଇଥିବା ବେଳେ କ୍ରମଶଃ ଅଧିକାରୀ ଙ୍କସଂକ୍ରମିତ ତାଲିକା ବୃଦ୍ଧି ଘଟିଛି। ଗତ ପ୍ରାୟ ୧୫ଦିନ ହେବ କୁଚିଣ୍ଡା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ ଶିଶା ମଧ୍ୟ ସଂକ୍ରମିତ ହୋଇ ଗୁରତର ଭାବେ ସମ୍ବଲପୁର ଠାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ସେହିପରି କୁଚିଣ୍ଡା ବିଡିଓ ଶ୍ରୀମତୀ ନିଶି ପୁନମ ମିୟ୍‍ଜ ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି। ସବୁ ଅଫିସରେ ବହୁ ଅଧିକାରୀ,କର୍ମଚାରୀ ସଂକ୍ରମିତ ହୋଇଥିବା ଯୋଗୁଁ ସରକାରୀ କାର୍ଯ୍ୟ ଗୁଡିକରେ ମଧ୍ୟ ଅଚଳାବସ୍ଥା ଲାଗି ରହିଥିବା ଦେଖାଯାଉଛି।

 

Comments are closed.