ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁଣି ୨ କୋଭିଡ ଯୋଦ୍ଧା କରୋନା ସଂକ୍ରମିତ

ଖୁଣ୍ଟା : ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବାରେ ନିୟୋଜିତ ୨ଜଣ କୋଭିଡ ଯୋଦ୍ଧା କରୋନା ସଂକ୍ରମିତ ଥିବା ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ଜଣାପଡିଛି । ଶୁକ୍ରବାର ଜଣେ ଏମବିବିଏସ ଡାକ୍ତର ସମେତ ଜଣେ ଚିକିତ୍ସାଧୀନ ରୋଗୀ କରୋନା ସଂକ୍ରମିତ ଜଣାପଡିବା ପରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ୫୦ ଜଣଙ୍କର ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ୨ ଜଣକ ରିପୋର୍ଟରୁ ସଂକ୍ରମିତ ଜଣାପଡିବା ପରେ ସେମାନେ ନିଜକୁ ସଂଗରୋଧରେ ରଖିଛନ୍ତି। ସଂକ୍ରମିତ ହୋଇଥିବା ଦୁଇ କରୋନା ଯୋଦ୍ଧାଙ୍କ ମଧ୍ୟରେ ଜଣେ ନର୍ସ ଓ ଜଣେ ଫାର୍ମାସିଷ୍ଟ ରହିଥିବା ଜଣାପଡିଛି ।

ଅପରପକ୍ଷେ ଶୁକ୍ରବାର ଡାକ୍ତର ଖାନା ବିଶୋଧନ କରାଯାଇ ଶନିବାରରୁ ରୋଗୀ ସେବା ଜାରି ରଖାଯାଇଥିଲା । କିନ୍ତୁ ସପ୍ତାହରେ ଶନିବାର ଓ ରବିବାର ମୟୁରଭଞ୍ଜ ଜିଲାରେ ସଟଡାଉନ ଜାରି ରହିଥିବା କାରଣରୁ ତାହା ଡାକ୍ତରଖାନାର ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଅନେକାଂଶରେ ସହାୟକ ହୋଇଛି। ତେବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପରେ ଡାକ୍ତରଖାନା ସମ୍ପର୍କରେ ପ୍ରଶାସନର ପରବର୍ତ୍ତି ନିଷ୍ପତିକୁ ଅପେକ୍ଷା କରାଯାଇଛି।

Comments are closed.