କୁନ୍ଦୁଲି ମାମଲାର ଏସ୍‍ଆଇଟି ରିପୋର୍ଟ ହାଇକୋର୍ଟରେ ଦାଖଲ

କଟକ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଓ ପରେ ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ଏସ୍‍ଆଇଟି ରିପୋର୍ଟ ସୋମବାର ହାଇକୋର୍ଟରେ ଦାଖଲ ହୋଇଛି । ଏସ୍‍ଆଇଟି ପକ୍ଷରୁ ଯଉମୁଦ ଲଫାପାରେ ଦାଖଲ ହୋଇଥିବା ଏହି ରିପୋର୍ଟ ବ୍ୟତୀତ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ଏସ୍‍ଆଇଟି ଟିମ୍‍ ଆହୁରି ଏକସପ୍ତାହ ସମୟ ମାଗିଥିବା ଜଣାପଡିଛି ।

ତେବେ ହାଇକୋର୍ଟ ଏସ୍‍ଆଇଟିକୁ ଆସନ୍ତା ୨୩ତାରିଖ ଯାଏଁ ସମୟ ଦେଇଛନ୍ତି । ସୂଚନାଯୋଗ୍ୟ ୩ଟି ରେଞ୍ଜ ଦକ୍ଷୀଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ, ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ହିମାଂଶୁ ଲାଲ ଓ ଦକ୍ଷୀଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଶଫିନ ଅହମ୍ମଦଙ୍କୁ ନେଇ ହାଇକୋର୍ଟ ଏସ୍‍ଆଇଟି ଟିମ୍‍ ଗଠନ କରିଥିଲେ।

Comments are closed.