ୱେବ୍‌ ସିରିଜ୍‌କୁ ପ୍ରାଧାନ୍ୟ ଦେଉଛନ୍ତି କୁନାଲ

ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା କୁନାଲ ଖେମୁ ଆଜିର ସମୟରେ ସିନେଜଗତରେ ନିଜ ସ୍ଥାନକୁ ସୁରକ୍ଷିତ କରିପାରିଛନ୍ତି। ନିକଟରେ ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ୱେବ୍‌ ସିରିଜ୍‌ରେ କାମ କରି ତାଙ୍କୁ ଅଧିକ ଆତ୍ମସନ୍ତୋଷ ମିଳିଛି। ଆଗାମୀ ସିରିଜ୍ ‘ଅଭୟ-୨’ର ଶେଷ ପର୍ଯ୍ୟାୟରେ ସେ କାମ କରୁଛନ୍ତି। କରୋନା ପରିସ୍ଥିତିକୁ ଲକ୍ଷ୍ୟ କରି ଆଗାମୀ ଦିନରେ ସିନେମା ହଲ୍ ଖୋଲିଲେ ମଧ୍ୟ ଦର୍ଶକଙ୍କ ଭିଡ଼ ବଢ଼ିବନାହିଁ। ସେଇ ପରିପ୍ରେକ୍ଷୀରେ ଲୋକେ ଘରେ ରହି ଓଟିଟିରେ ଚଳଚ୍ଚିତ୍ର ଓ ଅନ୍ୟାନ୍ୟ ସିରିଜ୍ ଦେଖିବାକୁ ପସନ୍ଦ କରିବେ। ସେ ନିଜ ଅନୁଭୂତି ମଧ୍ୟ କହିଛନ୍ତି। ଝିଅ ଇନାୟାକୁ ନେଇ ସେ ସିନେମା ହଲ୍‌ ଯିବାକୁ ଆଗାମୀ ଦିନରେ ସୁରକ୍ଷିତ ମଣିବେନାହିଁ। ବର୍ତ୍ତମାନ ଅଧିକାଂଶ କଳାକାର ୱେବ୍‌ ସିରିଜ୍‌ରେ କାମ କରିବାକୁ ଉଚିତ୍ ଭାବୁଥିବାର କହିଛନ୍ତି କୁନାଲ; କାରଣ ଏଥିରେ ସିନେମା ଭଲ ବ୍ୟବସାୟ କରିବ କି ନାହିଁ ସେଇ ଚିନ୍ତା ନଥାଏ।

Comments are closed.