କୁମ୍ଭମେଳା ପାଇଁ ୧୯୨ ଦେଶକୁ ନିମନ୍ତ୍ରଣ ପଠାଯିବ

0

ଲକ୍ଷ୍ନୌ : ଆସନ୍ତା ବର୍ଷ ଆହ୍ଲାବାଦର ହେବାକୁ ଥିବା କୁମ୍ଭମେଳା ପାଇଁ ଉତ୍ତରପ୍ରଦେଶ ସରକାର ୧୯୦ରୁ ଊର୍ଦ୍ଧ୍ବ ଦେଶକୁ ଆମନ୍ତ୍ରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। କୁମ୍ଭମେଳା ଅବସରରେ ଆହ୍ଲାବାଦର ପବିତ୍ର ଗଙ୍ଗା ନଦୀରେ ନିୟୁତାଧିକ ଭକ୍ତ ବୁଡ଼ ପକାଇବେ। ଲକ୍ଷ୍ନୌଠାରେ ଉତ୍ତରପ୍ରଦେଶ ଟ୍ରାଭେଲ ମାର୍ଟର ଉଦ୍‍ଘାଟନ କରି ଯୋଗୀ ଆଦିତ୍ୟନାଥ କହିଥିଲେ ଯେ କୁମ୍ଭମେଳା ହେଉଛି ପୃଥିବୀର ସବୁଠୁ ବଡ଼ ସଂସ୍କୃତି ଏବଂ ବିଶ୍ୱାସର ମିଳନସ୍ଥଳ। ଏଥିପାଇଁ ୧୯୨ ଦେଶକୁ ନିମନ୍ତ୍ରଣ କାର୍ଡ଼ ପଠାଯାଉଛି। ଦେଶର ୬ ଲକ୍ଷ ଗ୍ରାମରୁ ଅନ୍ୟୁନ୍‍ ୨ ଜଣ ଲେଖାଏଁ ଯେପରି ଆସି କୁମ୍ଭମେଳାରେ ପହଞ୍ଚିବେ ତାହା ସରକାର ସୁନିଶ୍ଚିତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। କୁମ୍ଭମେଳାକୁ ଅନ୍ତର୍ଜାତୀୟସ୍ତରରେ ଉପସ୍ଥାପନ କରିବାକୁ ଉତ୍ତରପ୍ରଦେଶ ସରକାର ଯୋଜନା କରିଛନ୍ତି। ଏଥିରେ ୨୩ଟି ଦେଶର ୫୩ଟି ଅନ୍ତର୍ଜାତୀୟ ଟୁର ଅପରେଟର ଏବଂ ଭାରତର ୧୯ଟି ଖ୍ୟାତ ଟୁର ଅପରେଟର ଯୋଗଦେବେ। ଆସନ୍ତା ବର୍ଷ ଜାନୁଆରୀ ୧୫ରେ କୁମ୍ଭମେଳା ଆରମ୍ଭ ହେବ। ଦୀର୍ଘ ୨ ମାସ ଧରି ଚାଲିବା ପରେ ମାର୍ଚ୍ଚ ୪ ମହାଶିବରାତ୍ରି ଦିନ ଉଦ୍‍ଯାପିତ ହେବ। ଏଥିରେ ଅନ୍ୟୁନ୍‍ ୧୫ କୋଟି ଲୋକଙ୍କ ସମାବେଶ ହେବ ବୋଲି ଆଶା କରାଯାଉଛି।

Leave A Reply