କୁମ୍ଭମେଳା : ପୌଷପୂର୍ଣ୍ଣିମାରେ ଦ୍ୱିତୀୟ ପବିତ୍ର ସ୍ନାନ

0

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ପୌଷପୂର୍ଣ୍ଣିମା ଅବସରରେ ସୋମବାର କୁମ୍ଭମେଳାରେ ଦ୍ୱିତୀୟ ପବିତ୍ର ସ୍ନାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୌଷପୂର୍ଣ୍ଣିମାକୁ ଶୁଭ ଅନୁକୂଳ ଦିବସ ଭାବେ ବିବେଚନା କରାଯାଇଥାଏ। କୁମ୍ଭମେଳାରେ ମାସେ ବ୍ୟାପୀ ଦୀର୍ଘ କଳ୍ପବାସର ଆଦ୍ୟଦିବସ ଭାବେ ପୌଷ ପୂର୍ଣ୍ଣିମାକୁ ବିବେଚନା କରାଯାଏ। ଏହି କଳ୍ପବାସ ସମୟରେ ମଧ୍ୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ସଙ୍ଗମ ନିକଟବର୍ତ୍ତୀ ଛୋଟ ଛୋଟ ତମ୍ବୁଗୁଡିକରେ ମାସାଧିକ କାଳ ରହି ଦୈନିକ ତିନିଥର ବୁଡ ପକାଇଥାଆନ୍ତି ଏବଂ ଦୈନିକ ମାତ୍ର ଥରେ ଭୋଜନ କରିଥାନ୍ତି। ଗତ ମଙ୍ଗଳବାର ୪୯ତମ କୁମ୍ଭମେଳାର ଶୁଭାରମ୍ଭ ହୋଇଥିଲା। ମକରସଂକ୍ରାନ୍ତି ଦିନ ଆଖଡାମାନଙ୍କ ପ୍ରଥମ ପବିତ୍ର ସ୍ନାନରେ ପ୍ରାୟ ୨କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ବୁଡ ପକାଇଥିଲେ।
ମେଳା ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେବଳ ଜରୁରୀକାଳୀନ ସେବା ପ୍ରଦାନକାରୀ ବ୍ୟବସ୍ଥାକୁ ମେଳା ପରିସର ମଧ୍ୟକୁ ଯିବା ଲାଗି ଅନୁମତି ଦିଆଯିବ।

 

Leave A Reply