କୁମ୍ଭମେଳାରେ ପୁଣି ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ବିହାର ରାଜ୍ୟପାଳ

0

ପ୍ରୟାଗରାଜ: ଚଳିତବର୍ଷ କୁମ୍ଭମେଳାରେ ବାରମ୍ବାର ଅଗ୍ନିକାଣ୍ଡ ଘଟିବାରେ ଲାଗିଛି । ମଙ୍ଗଳବାର ବିଳମ୍ବିତ ରାତିରେ କୁମ୍ଭମେଳାରେ ପୁଣି ନିଆଁ ଲାଗିଥିବା ସୂଚନା ମିଳିଛି । ବିହାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଶିବିରରେ ନିଆଁ ଲାଗିଛି । ନିଆଁ ଲଗିବା ସମୟରେ ରାଜ୍ୟପାଳ ଶୋଇଥିଲେ । ମୋବାଇଲ ଚଷମା, ଘଣ୍ଟା ଓ ଅନ୍ୟାନ ଜିନିଷପତ୍ର ନିଆଁରେ ଜଳି ନଷ୍ଟ ହୋଇ ଯାଇଥିବା ବେଳେ ରାଜ୍ୟପାଳ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।   ଅଗ୍ନିକାଣ୍ଡସ୍ଥଳରୁ ରାଜ୍ୟପାଳଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଶିବିର ଓ ଅନ୍ୟାନ୍ୟ ଜିନିଷ ଜଳି ନଷ୍ଟ ହୋଇଯାଇଛି ।

ସୂଚନଯୋଗ୍ୟ, ଫେବୃଆରୀ ୫ ତାରିଖରେ ସେକ୍ଟର ୧୫ ସ୍ଥିତ ନାଥ ସମ୍ପ୍ରଦାୟର ଯୋଗୀ ମହାସଭା ଶିବିରରେ ନିଆଁ ଲାଗିଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବାଳକ ନାଥଙ୍କ ପଇଁ ବିଶେଷ ଭାବେ ଏହି ଶିବିରକୁ ପ୍ରସ୍ତୁତ କରାଯାଇଥିଲା । ପ୍ରଥମେ ଏହି ଶିବିରରେ ନିଆଁ ଲାଗିବା ପରେ ନିକଟରେ ଥିବା ଅନ୍ୟ ଶିବିରକୁ ନିଆଁ ବ୍ୟାପିଥିଲା ।

Leave A Reply