ମତଭେଦ ଭୁଲିଯିବାକୁ କହିଲେ କୁମାରସ୍ୱାମୀ

0

ବେଙ୍ଗାଲୁରୁ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଏସ୍‍ ଆର ମହେଶଙ୍କ ମଧ୍ୟ ଦେଖାଯାଇଥିବା ବିବାଦ ଥମି ନାହିଁ। କାରଣ କଂଗ୍ରେସ ଏହି ପ୍ରସଙ୍ଗରେ ନିର୍ମଳାଙ୍କ ପ୍ରତି ସାନି ମନ୍ତବ୍ୟ ଦେଇଛି। କାରଣ ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି ଯେ ନିର୍ମଳାଙ୍କ ବ୍ୟବହାର ଠିକ୍‍ ନଥିଲା। କର୍ଣ୍ଣାଟକରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ନିର୍ମଳା ଯାହା କହିଛନ୍ତି ତାହା ଠିକ୍‍ ନୁହେଁ। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ଏହାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିବାଦର ରୂପ ଦେଇଛନ୍ତି। ତେବେ ରାଜ୍ୟରେ କଂଗ୍ରେସକୁ ସାଥୀ କରି ମେଣ୍ଟ ସରକାର କରିଥିବା ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏହି ପ୍ରସଙ୍ଗକୁ ନାପସନ୍ଦ କରିଛନ୍ତି। ଏହି ପ୍ରସଙ୍ଗରେ ସେ କଂଗ୍ରେସକୁ ସମର୍ଥନ ଜଣାଇନାହାନ୍ତି। ବରଂ ଏପରି ଏକ ଛୋଟ ପ୍ରସଙ୍ଗକୁ ଭୁଲିଯିବା ଲାଗି ସେ ଉଭୟ ପକ୍ଷକୁ ନିବେଦନ କରିଛନ୍ତି। ଶୁକ୍ରବାର କୋଡାଗୁ ଜିଲାର ବନ୍ୟାଞ୍ଚଳ ଗସ୍ତ କାଳରେ ସୀତାରମଣଙ୍କର କର୍ଣ୍ଣାଟକର ରାଜ୍ୟ ସରକାରଙ୍କ ମନ୍ତ୍ରୀ ମହେଶଙ୍କ ସହିତ ଯୁକ୍ତିତର୍କ ହୋଇଥିଲା।

Leave A Reply