ସରକାର ବଞ୍ଚାଇବାକୁ କ୍ୟାବିନେଟ ସମ୍ପ୍ରସାରଣ କଲେ କୁମାରସ୍ୱାମୀ

ବେଙ୍ଗାଳୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡ଼ି. କୁମାରସ୍ୱାମୀ ତାଙ୍କ ୧୩ ମାସର ସରକାରକୁ ବଞ୍ଚାଇବାକୁ ଯାଇ ଶୁକ୍ରବାର ଦୁଇ ସ୍ୱାଧୀନ ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ଦେଇଛନ୍ତି। ପୂର୍ବରୁ କୁମାରସ୍ୱାମୀଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଏବଂ ବିଜେପି ପକ୍ଷ ନେଉଥିବା ବିଧାୟକ ଆର. ଶଙ୍କର ଏବଂ ଏଚ. ନାଗେଶଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି।

ମିଳିତ ସରକାରରେ ଅସନ୍ତୁଷ୍ଟଙ୍କୁ ଶାନ୍ତ କରିବା ଓ ସେମାନେ ଯେପରି ଅନ୍ୟ ଦଳକୁ ନ ଯାନ୍ତି, ସେ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଶଙ୍କର କଂଗ୍ରେସରୁ ହୋଇଥିବା ବେଳେ ନାଗେଶ ଜେଡିଏସର ବିଧାୟକ। କୁମାରସ୍ୱାମୀଙ୍କ ସରକାରରେ କଂଗ୍ରେସ ୨୨ ଓ ଜେଡିଏସର ୧୨ଟି ଆସନ ଭାଗିଦାରୀ ରହିଛି। ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ବାଜୁଭାଇ ଵାଲା ଉଭୟଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି।

Comments are closed.