କୁଳଭୂଷଣଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି: ପାକ୍‍

0

ଇସ୍‍ଲାମାବାଦ : ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଜେଲ୍‍ରେ ବନ୍ଦୀଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରାହିଛି ବୋଲି ପାକିସ୍ତାନର ନବ ନିଯୁକ୍ତ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଗୁରୁବାର ପ୍ରକାଶ କରିଛନ୍ତି। ଏହି ପ୍ରମାଣକୁ ନେଇ ଅନ୍ତର୍ଜାତୀୟ ନ୍ୟାୟିକ କୋର୍ଟରେ ପାକିସ୍ତାନ କୁଳଭୂଷଣଙ୍କ ବିରୋଧରେ ମାମଲା ଲଢିବ ବୋଲି ସେ ଦର୍ଶାଇଛନ୍ତି। କୁଳଭୂଷଣଙ୍କ ବିରୋଧରେ ୨୦୧୯ ଫେବୃଆରୀ ୧୯ରୁ ୨୫ ମଧ୍ୟରେ ଅନ୍ତର୍ଜାତୀୟ ନ୍ୟାୟିକ କୋର୍ଟରେ ଶୁଣାଣି ହୋଇପାରେ ବୋଲି ବୁଧବାର ଜିଓ ନ୍ୟୁଜ୍‍ରେ ଖବର ପ୍ରକାଶ ପାଇଥିଲା। ଏହି ମାମଲାରେ ନିଜ ନିଜର ଲିଖିତ ଆବେଦନ ଦାଖଲ କରିବା ନିମନ୍ତେ କୋର୍ଟ ଉଭୟ ଦେଶଙ୍କୁ ନିର୍ଦେଶ ଦେଇଥିଲେ।

Leave A Reply