ପାରିବାରିକ କଳିରୁ ହତ୍ୟାକାଣ୍ଡ, ସ୍ତ୍ରୀକୁ କଟୁରିରେ ମାରି ହତ୍ୟା କଲା ସ୍ବାମୀ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହରସିଣା(ଖପଡ଼ା)ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହର କରୁଣ ଚିତ୍ର ଦେଖିବାକୁ ମିଳିଛି। ସ୍ବାମୀ କଟୁରି ପଛପଟେ ସ୍ତ୍ରୀର ମୁଣ୍ଡକୁ ବାଡେଇ ବଡେଇ ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସ୍ବାମୀ ମେଘନାଦ ତରାଇ ଓ ସ୍ତ୍ରୀ ପାର୍ବତୀ ତରାଇଙ୍କ ଭିତରେ ଝଗଡ଼ା ହୋଇଥିଲା। ପାଟି ଶୁଣି ମେଘନାଦଙ୍କ ବାପା ଶ୍ରୀଧର ତରାଇ ପଡ଼ୋଶୀ ମୁରଲୀଧର ତରାଇଙ୍କୁ ଡାକିଥିଲେ। ସେଦୁହେଁ ଦେଖିଥିଲେ ଯେ ମେଘନାଦ ପାର୍ବତୀଙ୍କୁ କଟୁରି ପଛପଟେ ବାଡ଼େଇବାରେ ଲାଗିଛନ୍ତି। ବାପା ଶ୍ରୀଧର ଓ ପଡ଼ୋଶୀ ମୁରଲୀଧର ମେଘନାଦକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାସ୍ଥଳରେ ପାର୍ବତୀଙ୍କ ମୃତ୍ୟୁ ଘଟିଥିଲା। ମେଘନାଦଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଖବର ପାଇ କୁଜଙ୍ଗ ଥାନା ପୁଲିସ ପତ୍ନୀହନ୍ତା ସ୍ୱାମୀ ମେଘନାଦଙ୍କୁ ଗିରଫ କରି ପଚରାଉଚରା କରୁଛି।

 

Comments are closed.