ଜୀବନ ନେଉଛି ମହାନଦୀ, ପାଣିରେ ବୁଡ଼ି ଦୁଇ ଭାଇ ମୃତ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ଅଗପାଳ ପଞ୍ଚାୟତରେ ବଡ଼ ଧରଣର ଅଘଟଣ ଘଟିଛି । ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ପଥୁରିଆ ଗାଁର ଚାରି ଜଣ ଯୁବକ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗଣେଶ୍ୱର ସାହୁ ଓ ରାଜୀବ ଲୋଚନ ସାହୁ ମହାନଦୀରେ ଗାଧୋଉଥିଲେ। ଏହି ସମୟରେ  ଚୋରାବାଲିରେ ଦୁଇ ଜଣଙ୍କ ଗୋଡ଼ ଖସି ଯାଇଥିଲା । ଗୋଡ଼ ଖସିଯିବା ଫଳରେ ସେମାନେ ଗଣ୍ଡ ଭିତରକୁ ଭାସି ଯାଇଥିଲେ । ଅନ୍ୟ ଦୁଇଜଣ ନଦୀ ପଠା ସେମାନଙ୍କୁ ବୁଡ଼ି ଯିବା ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ । ଗାଁ ଲୋକେ ଓ ଅଗ୍ନିଶମ ବାହିନୀ ଆସି ଗଣେଶ ଓ ତାଙ୍କ ଭାଇଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.