ଓଡ଼ିଶା କୁସୁମୀ ସେନାର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ, ସୁଦୃଢ଼ୀକରଣ ପ୍ରୟାସରେ ଓଡିଶା କୁଡୁମି ସେନା

ପାଟଣା : ସଙ୍ଗଠନକୁ ସୁଦୃଢ କରିବା ପାଇଁ ଓଡିଶା କୁଡୁମି ସେନା ତରଫରୁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରୟାସ ଜାରି ରହିଛି । ରବିବାର କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ତୈଳିକ ବୈଶ୍ୟ ସମାଜ ସଭାଗୃହରେ ଓଡ଼ିଶା କୁସୁମୀ ସେନାର ରାଜ୍ୟସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ସାଧାରଣ ସମ୍ପାଦକ ତଥା ଏମ୍ ଜେ ଝୁମର ମୁଖ୍ୟ ତ୍ରିନାଥ ମହାନ୍ତ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାକାର୍ଯ୍ୟକୁ ସଂଗଠନର ରାଜ୍ୟ ମୁଖପାତ୍ର ଲମ୍ବୋଦର ମହାନ୍ତ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାରେ କୁଡୁମି ସମ୍ପ୍ରଦାୟରୁ ପ୍ରଥମଥର ପାଦ ଦେଇଥିବା ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗ ଦେଇ ସମ୍ପ୍ରଦାୟକୁ ଏକତ୍ରିତ ହେବା ପାଇଁ ଆହ୍ୱାନ ଦେବା ସହିତ ସମ୍ପ୍ରଦାୟର ସାମୁହିକ ବିକାଶ ଦିଗରେ ଧ୍ୟାନ ଦେବେ ବୋଲି ଅଭିଭାଷଣ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା କୁଡୁମି ସେନାର ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତ, ଉପସଭାପତି ମିତ୍ରଭାନୁ ମହାନ୍ତ, କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ମୁଖପାତ୍ର ଲମ୍ବୋଦର ମହାନ୍ତ, ଉପଦେଷ୍ଟା ଉମେଶ ଚନ୍ଦ୍ର ମହାନ୍ତ, କେନ୍ଦୁଝର ଜିଲ୍ଲା ସଭାପତି ତ୍ରିଲୋଚନ ମହାନ୍ତ, ଯୁବ ସଭାପତି ଦେବାଶିଷ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର କର୍ମକର୍ତ୍ତା ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ପାଇଁ ପ୍ରସ୍ତାବ ଦେଇଥିଲେ । ସର୍ବସମ୍ମତିକ୍ରମେ କାର୍ଯ୍ୟକାରୀ ସଭାପତିଭାବେ ଲକ୍ଷ୍ମଣ ମହାନ୍ତ, ସମ୍ପାଦକଭାବେ ଲଛମନ ମହାନ୍ତ,କ୍ରୀଡ଼ା ଉପଦେଷ୍ଟାଭାବେ ବିରେନ୍ଦ୍ର ମହାନ୍ତ, ଛାତ୍ର ସଭାପତି ଭାବେ ସ୍ୱାବଲମ୍ବନ ମହାନ୍ତ, ଜିଲ୍ଲା ଯୁବ ସଂଯୋଜକଭାବେ ସୁନିଲ୍ ମହାନ୍ତ, କେନ୍ଦୁଝର ଜିଲ୍ଲା ମହିଳା ସଭାନେତ୍ରୀଭାବେ ମଧୁସ୍ମିତା ମହାନ୍ତ, ଦେବାଶିଷ ମହାନ୍ତ ଜିଲ୍ଲା କ୍ରୀଡ଼ା ସଂଯୋଜକଭାବେ, ନାରାୟଣ ମହାନ୍ତଜିଲ୍ଲା କୃଷି ସଂଯୋଜକ, ଶୁଭାଶିଷ ମହାନ୍ତ ଚମ୍ପୁଆ ବ୍ଲକ ସଭାପତି, ମନ୍ମଥ ମହାନ୍ତ ଜିଲ୍ଲା କୋଷାଧ୍ୟକ୍ଷ, ରିଙ୍କୁ ମହାନ୍ତ ଯାଜପୁର ଜିଲ୍ଲା ସଂଯୋଜକଭାବରେ ଚୟନ କରି ଅତିଥିମାନେ ସମର୍ଦ୍ଧିତ କଲେ । ନୃତ୍ୟକଳାରେ ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜ୍ଜନ କରିଥିବା ପାଟଣା ଧାନବେଣୀର ହରପ୍ରିୟା ମହାନ୍ତ, ଚମ୍ପୁଆ ବାଙ୍କିଆର ବିସ୍ମୟୀ ବାଳିକା ସୋନାଲିଶା ମହାନ୍ତ, ବବିତା ମହାନ୍ତ, ବିଷ୍ଣୁପ୍ରିୟା ମହାନ୍ତ, ପ୍ରୀତିସୁମନ ମହାନ୍ତ, ହେମାମାଳିନୀ ମହାନ୍ତଙ୍କୁ ମୁଖ୍ୟ ଅତିଥି ମାନପତ୍ର ଦେଇ ସମର୍ଦ୍ଧନା କଲେ । ସଙ୍ଗଠନର ପ୍ରମୁଖ କର୍ମକର୍ତ୍ତା ଦୁଃଶାସନ ମହାନ୍ତ, ଲାଲମୋହନ ମହାନ୍ତ, ଅଶୋକ ମହାନ୍ତ, ଦିବାକର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସମାଜସେବୀ ଭାବେ ଡମ୍ବରୁଧର ମହାନ୍ତ, ବିଜୟ ମହାନ୍ତ, ଲେଖକ ବିଦ୍ୟାଧର ମହାନ୍ତ ପ୍ରମୁଖଙ୍କୁ ସଭାପତି ମାନପତ୍ର ପ୍ରଦାନ କରିଥିଲେ । ସର୍ବଶେଷରେ ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.