କୁଚିଣ୍ଡା ଥାନାକୁ ରାଜ୍ୟର ସର୍ବଶ୍ରେଷ୍ଠ ଥାନା ମାନ୍ୟତା

ସମ୍ବଲପୁର: ସମ୍ବଲପୁର ଜିଲାର କୁଚିଣ୍ଡା ଥାନା ଓଡ଼ିଶାର ସର୍ବଶ୍ରେଷ୍ଠ ଥାନାର ମାନ୍ୟତା ପାଇଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁଚିଣ୍ଡା ଥାନାକୁ ଉତ୍କର୍ଷ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କୁଚିଣ୍ଡା ଆଇଆଇସି କମଲ କୁମାର ପଣ୍ଡା ଉତ୍ତରାଞ୍ଚଳ ପୁଲିସ ଆଇଜି ନରସିଂହ ଭୋଳଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଆଇସିଙ୍କୁ ମାନପତ୍ର ପ୍ରଦାନ କରାଯାଇଛି।

ସମ୍ବଲପୁର ଏସ୍‍ପି ବି. ଗଙ୍ଗାଧରଙ୍କ ସମେତ ପୁଲିସ ବିଭାଗର ଅନେକ ଅଧିକାରୀ ଓ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

Comments
Loading...